STORYMIRROR

MADHU MITA

Inspirational

4  

MADHU MITA

Inspirational

ଗପ

ଗପ

1 min
244


ହଁ..ଗଳ୍ପ..


ତେବେ କଣ ହୋଇପାରେ ଏହି ଗଳ୍ପ..!!

କେବଳ ଅଟେ କି ଏକ କାହାଣୀ ସ୍ବଳ୍ପ..??


ଚରିତ୍ର ସତେ କି ଜୀବନ୍ତ ନାୟକ..

ପ୍ରତ୍ୟେକେ ଏକ ନୂଆ ଭୂମିକା ବାହକ...


ସଂଶୟ ସବୁଠି..ବିଶ୍ୱାସ ବିପର୍ଯ୍ୟସ୍ତ..

ମିଥ୍ୟା ଅଭିନୟରେ ସମସ୍ତେ ଅଭ୍ୟସ୍ତ...


ଗଳ୍ପରେ ଅଛି ତ ଉତ୍ଥାନ ପତନ..

କ୍ରୋଧ ପ୍ରେମ ପୁଣି ତ୍ୟାଗ ଅଭିମାନ..


ସମାପ୍ତି ନ ଥାଏ.. ସମାପ୍ତେ ପ୍ରାରମ୍ଭ..

ଜୀବନ ବିଲୟେ..ସୃଷ୍ଟିର ଆରମ୍ଭ...!!


ଯବନିକା ପରେ..ସମାପ୍ତ ଏ ଗଳ୍ପ..

ଜୀବନ କାହାଣୀ ଏ..ହେଉ ପଛେ ସ୍ବଳ୍ପ...


ଗାଲ୍ପିକ ଏଠି ଚରିତ୍ର ହୋଇ ପାରେ..

ଅବା ଚରିତ୍ରଟିଏ ବି ଗଳ୍ପ ଶୁଣାଇପରେ...


ପ୍ରତ୍ୟେକ ମୋଡ଼ ଏକ ନୂତନ ଆବିଷ୍କାର..

ଗଳ୍ପ ଅଟେ ଯେ ସତେ ଅନୁଭୂତି ସମାହାର...


ପ୍ରାରବ୍ଧ କର୍ମ ଆଉ କର୍ମଫଳର ସମଷ୍ଟି..

ଗଳ୍ପ ନିଜେ କରେ ହିଁ ନୂତନ ଗଳ୍ପ ର ସୃଷ୍ଟି...।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational