ଗୋଟିଏ ନାଆର ଆମେ ତ ନାଉରୀ
ଗୋଟିଏ ନାଆର ଆମେ ତ ନାଉରୀ
ଭାରତମାତାର ଆମେ ସୁସନ୍ତାନ
ଆମେ ସର୍ବେ ଭାରତୀୟ
ଧୋଇଦିଏ ପାଦ ଜଳଧି ଉଚ୍ଛଳ
ଗୁଞ୍ଜେ ଜନଗଣ ମନ ଜୟ ।
ବୀର ପ୍ରସବିନୀ ସୁଜଳା ସୁଫଳା
ମା ଭାରତୀ ଜୟ ଗୀତି
ସବୁଜ ସୁନ୍ଦର ଅମ୍ଳାନେ ନିସ୍ୱନେ
ଗାଏ ବେଦ ଶାସ୍ତ୍ର ସ୍ତୁତି ।
କଳ କଳ ନାଦେ ତା ନଦୀ ନିର୍ଝର
ପ୍ରବହେ ଧାରା ଅମୃତ
ତାର ଯଶ ମାନ ସେବା ସମର୍ପଣେ
ସନ୍ତାନ ବୀର ପ୍ରସ୍ତୁତ ।
ସ୍ନେହ ପ୍ରେମ ମୈତ୍ରୀ ଅହିଂସା ଶାନ୍ତିର
ଉଦ୍ଘୋଷି ଜୀବନ ମନ୍ତ୍ର
ଆଗେଇବୁ ଆମେ ପ୍ରଗତିର ପଥେ
ସ୍ୱାଧୀନ ଆମେ ସ୍ୱତନ୍ତ୍ର ।
ସାର୍ବଭୌମ ଆମ ସ୍ୱରାଷ୍ଟ୍ର ଭାରତ
ଆକୁମାରୀ ହିମାଳୟ
ଗୋଟିଏ ନାଆର ଆମେ ତ ନାଉରୀ
ଅବ୍ୟର୍ଥ ଲକ୍ଷ୍ୟ ବିଜୟ ।
