STORYMIRROR

Narayan chandra Senapati

Inspirational

3  

Narayan chandra Senapati

Inspirational

ଗୋଟିଏ ମତଦାନ

ଗୋଟିଏ ମତଦାନ

1 min
156


କେବଳ ଗୋଟିଏ ମତଦାନରେ ଭରିରହିଥାଏ

ଅଜସ୍ର ଆଶା ଆକାଂକ୍ଷାର ମହକ

ଗୋଟିଏ ସିଦ୍ଧାନ୍ତରେ ପୁରି ରହିଥାଏ

ଅସୀମ ସଫଳତାର ଅଫୁରନ୍ତ ପୁଲକ

ଯଦି ହୋଇଥାଏ ସତ୍

ପୁରାଇଦିଏ ଅଗଣିତ ଭୋକିଲା ପେଟରେ ଦାନା

ଢାଳିଦିଏ ତୃଷାର୍ତ୍ତ ପାଟିରେ କେଇବୁନ୍ଦା ଶୀତଳ ଜଳ

ବିମୁଖର ମୁଖେ ପ୍ରସ୍ଫୁଟିତ ହୁଏ ସଜ ଗୋଲାପ

ନିରାଶର ହୃଦୟରେ ବହେ ପୁତା ମନ୍ଦାକିନୀ

ସତେ ଅବା ମୁମୂର୍ଷୁକୁ ପୀୟୂଷ 

କିବା ସିଝିଲା ଦେହରେ ବର୍ଷାର ପହିଲି ବୁନ୍ଦା।


କେବଳ ଗୋଟିଏ ମତଦାନରେ ଲେଖାହୁଏ

ପାଞ୍ଚ/ଛଅ ବର୍ଷର ଭାଗ୍ୟ ପୁସ୍ତିକା

ବିଭାଗ ତୁଳୀରେ ଅଙ୍କାହୁଏ

ରଙ୍ଗୀନ ସ୍ୱପ୍ନର ବାସ୍ତବ ଚିତ୍ର

ସଫଳ ଅବା ବିଫଳର ହାତ ଚାହିଁଥାଏ ପିପାସୁର ମନ କାମନା 

ଅପେକ୍ଷାରେ ଚାହିଁଥାଏ

ବିଶ୍ୱାସ ମନରେ ଅନନ୍ୟ ପ୍ରେମ ପ୍ରତିଦାନ

ସତେ ଯେମିତି

ଆତ୍ମୀୟ ଚକ୍ଷୁର ପ୍ରୀତି ଆକର୍ଷଣ।


କେବଳ ଗୋଟିଏ ଗୋଟିଏ ମତଦାନରେ ଗଢ଼ାହୁଏ

ପ୍ରଗତିର ଆରାଧନାସ୍ଥଳୀ 

ବିଜେତା ପୂଜାରୀଟା ପୂଜାକରେ

ପ୍ରେମବୋଳା ଆଚରଣ ମନ୍ତ୍ରରେ

ସରାଗର ବଢା ସହାୟତା ହାତରେ

ମନ୍ତ୍ର କରି ମଧୁର ଭାଷା ବିଭବ

କେବେବା ଅର୍ଘ୍ୟହୀନ ଭାବେ

ବନ୍ଦ କରିଦିଏ ମନ୍ଦିର କୋଠରୀ

ସ୍ୱୟଂ ଦେବାଦେବୀ ହୋଇ ଶୋଷିନିଏ

ସରଳ ନିରୀହଙ୍କ ଆଶାର ରକ୍ତ

ପୋଛିନିଏ ସମାଜର... ପ୍ରଗତିର ଜଳୀୟ ଅଂଶ 

ଠିକ୍..... ଅଂଶୁଘାତ ପରି

ରଖିଦେଇ ତିକ୍ତ ସ୍ମୃତି

ରଚନା କରେ କଳଙ୍କିତ ପ୍ରତାରଣାର ବିସ୍ମୟ କାବ୍ୟ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational