STORYMIRROR

arpita rana

Romance

3  

arpita rana

Romance

ଗୋଟେ କଥା କହିବି

ଗୋଟେ କଥା କହିବି

1 min
463

ଆସିବ ଯଦି ତୁମେ ମୋ ସ୍ଵପ୍ନରୁ ବାହାରି

ଗୋଟେ କଥା କହିବି,

ହସିବ ଯଦି ତୁମେ ମୋ ଓଠରେ ଥାଇ

ଗୋଟେ କଥା କହିବି।

ରହିବ ଯଦି ମୋ ମଥାର ସନ୍ଥକ ହେଇ

ଗୋଟେ କଥା କହିବି,

ଚାଲିବ ଯଦି ମୋ ପାଦରେ ପାଦ ମିଶାଇ

ଗୋଟେ କଥା କହିବି।

ତୁମ ଅଗଣାର ତୁଳସୀ ଚଉରା ମୋ ହାତୁ ହସିବ ଯଦି

ଗୋଟେ କଥା କହିବି

ତୁମ ସଂସାରର ଅଳନ୍ଧୁ ସବୁ ମୋ ହାତୁ ଖସିବ ଯଦି

ଗୋଟେ କଥା କହିବି।

ତୁମ ବାଁ ପାଖେ ମୁଁ ଶୋଭା ପାଇବି ଯଦି

ଗୋଟେ କଥା କହିବି,

ତୁମରି ପାଦରେ ଅର୍ପିତା ହେଇ ରହିବି

ହଁ ଏକଥା କହିବି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance