STORYMIRROR

Chandan Sahu

Abstract Fantasy

4  

Chandan Sahu

Abstract Fantasy

ଗୋଟେ କପ୍ ଚା

ଗୋଟେ କପ୍ ଚା

1 min
374


ନୂଆ ସକାଳର ବାଳୁତ ସୂର୍ଯ୍ୟଙ୍କ ଆଗମନେ

ଦିନଟି ଆରମ୍ଭ ହୁଏ, 

ଗୋଟେ କପ୍ ଚା' ରେ ..

ବିଛଣା ଛାଡ଼ୁ ଛାଡ଼ୁ ବ୍ରସ୍ କରୁ କରୁ

ଡାଇନିଂ ଟେବୁଲ୍ ଉପରେ ..

ସଜଡ଼ା ହୋଇଥାଏ ନାସ୍ତା ସାଥିରେ ।

ଶୀତୁଆ ସକାଳର ଥର ଥର ଓଠରେ

ଗରମ ଚା' ର ମିଷ୍ଠତା 

ଦେହକୁ ଦିଏ ସ୍ଫୁର୍ତି ।

ଗାଁ ଠାରୁ ସହର ଯାଏଁ

ସଭିଙ୍କ ପ୍ରିୟ ଚା' ।

କେବେ ନାଲି ରଙ୍ଗରେ 

ତ କେବେ ଧଳା ରଙ୍ଗରେ।

କେଉଁଠି କପ୍ ରେ ତ ଆଉ କେଉଁଠି

ଛୋଟ ଗ୍ଲାସ୍ ରେ ... ।

କେବେ ଡାଇନିଂ ଟେବୁଲ୍ ଉପରେ ତ

ଆଉ କେବେ ଅଫିସ୍ ରେ ବସିଥିବା

ଅଫିସରଙ୍କ ଟେବୁଲ୍ ଉପରେ ।

ଏଇ ଚା ମନେପକାଇ ଦିଏ 

ସେଇ ଅତୀତକୁ....।

ଯେଉଁଠି ଥିଲା ମୋର ବାଲ୍ୟକାଳ ।

ବିଛଣାରେ ଆରାମରେ ଶୋଇ ରହିଥାଏ 

ମାଆ ଯାଇ ଉଠାଇ ଦିଅନ୍ତି 

ଟିଉସନ୍ ଯିବାକୁ ।

ଉଠିବା ଆଗରୁ ଚା ସାଥେ କିଛି 

ନାସ୍ତା ସଜଡ଼ା ହୋଇଥାଏ 

ମୋ ପାଇଁ ।

ସଅଲ ସଅଲ ଖାଇଦେଇ 

ଚାଲି ଯାଏ ଟିଉସନ୍

ପଢ଼ିବାକୁ ।



Rate this content
Log in

Similar oriya poem from Abstract