ଗୋଟେ କପ ଚା
ଗୋଟେ କପ ଚା
କାଲି ରାତିରେ ...... .
ହଁ , ଈଶ୍ୱର ଆସିଥିଲେ କାଲି ରାତିରେ
ସୂକ୍ଷ୍ମ ,ନୀଳ , ସ୍ତିମିତ ଆଲୋକରେ
ମୁଁ ଆଉଟିକେ ନିଦେଇ ଗଲି
ସ୍ୱପ୍ନ ଦେଖୁଚି ଭାବି
ଏଥର ସିଏ ଟିକେ ଛୁଇଁ ଦେଲେ --
-ଉଠିଯା ଏଥର !
ମୁଁ ପରା ଏତେ ପାଖରେ
ସତେ ତ
ଏକାଥରେ ଅନେକ ପ୍ରଶ୍ନ
କେଉଁଠି ବସାଇବି?
କ' ଣ ଦେବି ?
ଅବା କ'ଣ ମାଗିବି?
ଈଶ୍ୱର ପୂର୍ବପରି ସେମିତି ହସୁଥିଲେ;
ଠିକ ମୂର୍ତ୍ତି ରେ ଅଙ୍କା ହେଲାପରି
ହଠାତ ଅଭ୍ୟାସବଶତଃ ପାଟିରୁ ଖସିଗଲା,
ପ୍ରଭୁ !! ଦେବିକି ଗୋଟେ କପ ଚା କରି
ଈଶ୍ୱରଙ୍କ ଓଠରେ
ପୂର୍ଣ୍ଣମୀ ଇନ୍ଦୁର ହସ
ସାରା କୋଠରୀ ମୋ ମହକୁ ଥିଲା
ଚନ୍ଦନ ,କସ୍ତୁରୀ ରେ ;,
ମୋ ବାଉଳା ପଣରେ
ଈଶ୍ୱର କଣ ଭାବିଲେ କେଜାଣି ?
କହିଲେ , ଵ୍ୟସ୍ତ ହୁଅ ନାହିଁ
କିଛି ମୋର ଲୋଡ଼ା ନାହିଁ
ତୁମେ ଦେବା ଆଗରୁ
ମୁଁ ସବୁ ପାଇ ଯାଇଛି
ତୁମର ଇଚ୍ଛା ଅଛିକି କିଛି ?
ଯାହା ମୁଁ ପୁରଣ କରିପାରେ
ଟିକିଏ ଭାବିଲି ମୁଁ ଦଣ୍ଡେ ଗୁମ ଖାଇ
ଏଥର ନତଜାନୁ ହୋଇ
ବସିପଡ଼ିଲି ଭୂମି ଉପରେ
ହାତ ଯୋଡ଼ି କହିଲି ,
"ପ୍ରଭୁ
ହନ୍ତସନ୍ତ , ଆଶଙ୍କିତ ସୃଷ୍ଟି ତୁମର
ପାରୁଛ ଯଦି ବିଶ୍ୱଜନ ଦୁଃଖ ଦୂର କର ।"
ପୁଣି ହସିଲେ ଈଶ୍ୱର , କହିଲେ
"ଠିକ ଅଛି , ସମୟକୁ ଅପେକ୍ଷା କର .
ନିଜ ପାଇଁ କିଛି ମାଗିଲନି ତ ?"
ଦୁଇଟୋପା ଅଶ୍ରୁ ସହ ଏତିକି କହିଲି ,
"ତୁମ ରୂପ ଭାସୁଥାଉ ମୋ ଚକ୍ଷୁ ରେ
ଥାଏ ମୁଁ ନିଦ୍ରା ଅବା ଜାଗ୍ରତ ରେ ,
ଦେବାକୁ ଚାହୁଁଚ ଯଦି ନିହାତି କିଛି
ତାହେଲେ ମତେ ଦିଅ
ଯଦି ଦେଇ ପାର
ମୋର ପ୍ରିୟ ଗୋଟେ କପ ଚା ସହ
ଶବ୍ଦ ସମ୍ଭାର ରେ ଭରା ଏକ ଅମର ଲେଖନୀ
ଆଉ ଦିବସର ପ୍ରାରମ୍ଭ ରେ
ଏକାନ୍ତ ଭାବେ ନିଜର
ସୁଚି ସ୍ନିଗ୍ଧ ଅସରନ୍ତି ନରମ ସକାଳ ।
