Bidyadhar Mantry

Abstract Drama Classics

4  

Bidyadhar Mantry

Abstract Drama Classics

ଗୋଷ୍ଠାଷ୍ଟମୀ

ଗୋଷ୍ଠାଷ୍ଟମୀ

1 min
10


     

ଜନ୍ମଦାତ୍ରୀ ମା, ଗୁରୁ ପତ୍ନୀ, ବ୍ରାହ୍ମଣୀ 

ରାଜ ପତ୍ନୀ ଓ ଗୋ ମାତା 

ଧାତ୍ରୀ ଓ ପୃଥିବୀ ସାତ ଜଣ ମାତା 

ହିନ୍ଦୁ ଧର୍ମରେ ମାନ୍ୟତା 

ବିଷ୍ଣୁଙ୍କ ବରାହ ଅବତାର ଧାରେ

ଗୋ ବା ଭୂଦେବୀ ଉଦ୍ଧାର

ଗୋବିନ୍ଦ ନାମରେ ପୁଣି ପରିଚିତ 

ପତି ଗୋ ବା ଭୂଦେବୀ ର 

ଦଧିଚିଙ୍କ ଅସ୍ଥି ହେଲା ବଜ୍ରାୟୁଧ 

ଗୋ ନାମେ ହେଲା ବିଦିତ

ମହା ବିଷ୍ଣୁଙ୍କର ନିର୍ଦ୍ଦେଶରେ ସବୁ

ହୋଇଛି ପ୍ରତିପାଦିତ

ଗୋ ମାତା ର ଜୟ ଗାନ ଧାରେ କୃଷ୍ଣ

ଗୋବିନ୍ଦ ନାମେ ବିଦିତ

ଗୋବିନ୍ଦ ପଦରୁ ଗଳେ ମକରନ୍ଦ

ଭାଗବତରେ ବର୍ଣ୍ଣିତ


ଶ୍ରୀବିଷ୍ଣୁଙ୍କ ଦ୍ଵାପର ଲୀଳା ମଧ୍ୟରୁ

ଗୋବର୍ଦ୍ଧନ ଲୀଳା ଭିନ୍ନ

ଗୋପ ପୁରେ ରହି ଇନ୍ଦ୍ର ଦେବଙ୍କର 

ଗର୍ବ କରି ଥିଲେ ଚୂର୍ଣ୍ଣ

ସାତ ଦିନ ବୃଷ୍ଟି ସହ ବଜ୍ରପାତ 

ପରେ ଗୋପ ସୁରକ୍ଷିତ

ନିଜ ଗର୍ବ ଅହଙ୍କାର ପାଇଁ ଇନ୍ଦ୍ର

କ୍ରମେ ହୋଇଲେ ଲଜ୍ଜିତ

କୃଷ୍ଣ ଏକ ମୂର୍ଖ ଗୋପାଳ ବାଳକ

ଭାବ ଇନ୍ଦ୍ରଙ୍କ ମନରେ

କ୍ରମେ ଅବଗତ ହେଲେ ପରଂବ୍ରହ୍ମ

ଲୀଳା ଚାଲିଛି ଗୋପରେ

କାମଧେନୁ ଗୋମାତାଙ୍କୁ ସାଥେ ଧରି

କୃଷ୍ଣ ଚରଣେ ଶରଣ

ନିଜ ଅପରାଧ ପାଇଁ କ୍ଷମା ପ୍ରାର୍ଥୀ

କ୍ଷମା କର ନାରାୟଣ

ସଞ୍ଜମ ସହିତ ପ୍ରଜାଙ୍କ ପାଳନ

ସଦା ହେଉ ସର୍ବୋପରି

ଇନ୍ଦ୍ର ପ୍ରତି ପ୍ରବୋଧନା ସହ ଶେଷ 

କୃଷ୍ଣ ଇନ୍ଦ୍ରଙ୍କ ବଇରୀ

କୃଷ୍ଣ କଥା ଶୁଣି କାମଧେନୁ କହେ

'ପ୍ରଭୁ ତୁମେ ଆମ ଇନ୍ଦ୍ର'

ଗୋ,ବ୍ରାହ୍ମଣ, ସାଧୁ ,ଧରଣୀ-ରକ୍ଷକ

ରୂପେ ଇନ୍ଦ୍ର ତୁଲ୍ୟ ଇନ୍ଦ୍ର

ଐରାବତ ଶୁଣ୍ଢ ଦ୍ଵାରା ଆଣିଥିବା

ଆକାଶ ଗଙ୍ଗାର ଜଳେ 

ନିଜ ଦୁଗ୍ଧ ସହ ହେଲା ଅଭିଷେକ 

କୃଷ୍ଣଙ୍କର ସେହି କାଳେ 

କୃଷ୍ଣଙ୍କୁ "ଗୋବିନ୍ଦ '' ସମ୍ବୋଧନ ସହ

କାମଧେନୁ କଲା ସ୍ତୁତି

ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ ଗୁଞ୍ଜିତ

ହେଲା,ହେଉଛି ସମ୍ପ୍ରତି


ଗୋ ବ୍ରାହ୍ମଣଙ୍କର ମଙ୍ଗଳ ସହିତ 

ଶାନ୍ତିର ପରିକଳ୍ପନା

ଦୋଳ, ଗୋଷ୍ଠାଷ୍ଟମୀ ଗୋ ମାତା ପୂଜନ

ଗହ୍ମା ରେ ବି ଆରାଧନା

କାର୍ତ୍ତିକ ମାସର ଶୁକ୍ଳ ଅଷ୍ଟମୀରେ

ଗୋଷ୍ଠାଷ୍ଟମୀ ନାମ ଧାରେ

ଗୋ ମାତାଙ୍କୁ ସ୍ନାନ ବିଧିବଦ୍ଧ ଭାବେ

ପୂଜା ପୁଣି ଭକ୍ତି ଭରେ

ଶସ୍ୟ, ଘାସ,ଧୂପ,ଦୀପ ସହ ପୂଜା

ପ୍ରାୟତଃ ଗୋଷ୍ଠାଷ୍ଟମୀ ରେ

ଯୁଗ ଯୁଗ ଧରି ଗୋ ମାତା ପୂଜନ

ରହିଅଛି ସମାଜରେ


ମାନବ ଜାତିର କଲ୍ୟାଣ କାମନା

ବିଶ୍ୱାସ ଥାଇ ମନରେ

ଗୋ ମାତାଙ୍କ ଚାରି ପାର୍ଶ୍ଵେ ପରିକ୍ରମା

ଗୋ ମାତା ପୂଜନ ଧାରେ

ସନ୍ଧ୍ୟା ବେଳେ ଗୋ ମାତାଙ୍କ ପାଦ ଧୂଳି

ଯଦି ଲାଗେ ମସ୍ତକରେ

ସୌଭାଗ୍ୟ ପ୍ରାପ୍ତିର ବିଶ୍ୱାସ ରହିଛି

ଧର୍ମ ଶାସ୍ତ୍ର ଆଧାରରେ 

ଗୋ ମାତା ସହିତ ଗୋବିନ୍ଦ ପୂଜନ

ହେଉ ଗୋଷ୍ଠାଷ୍ଟମୀ ଧାରେ

ଗର୍ବ ଅହଙ୍କାର ବିନା ଗୋବିନ୍ଦଙ୍କୁ

ଭଜୁ ଥାଅ ନିରନ୍ତରେ



Rate this content
Log in

Similar oriya poem from Abstract