STORYMIRROR

jyotsna mayee panda

Romance Tragedy

3  

jyotsna mayee panda

Romance Tragedy

ଗୋଲାପର ପ୍ରେମ

ଗୋଲାପର ପ୍ରେମ

1 min
265


ଗୋଲାପ ଗୋ ତୁମେ କଣ୍ଟକିତ ବ୍ରୁନ୍ତେ,

ପlଉଅଛ କେତେ ଯାତନା

ସେଇ କଣ୍ଟା ତୁମ କୋମଳ ତନୁ ରେ,

ଦେଇଅଛି କେତେ ବେଦନା ll

ସୁନ୍ଦର ସୁଢଳ କୋମଳ ଶରୀର

ପ୍ରେମିକ ଦେଖେ ତା ପ୍ରେମିକା ସୁନ୍ଦର

ଲେଖି ଚାଲେ କବୀ ତୁମରି କବିତା,

କବି କି ଜାଣିବ ସେ ହୃଦୟ ବ୍ୟଥା ll

ପ୍ରେମି କା ପାଇଁ ତ ସୁନ୍ଦରତା ତୁମେ,

ପ୍ରେମିକ ପାଇଁ ତl ଉପହାର ତୁମେ

ସୁନ୍ଦର ଶିଶିର ତୁମରି ଶରୀରେ,

ମୁକ୍ତା ପରି ଆଜି ଝଟକେ ଦେହ ରେ ll

ସଭିଏଁ ଭାବନ୍ତି ଶିଶିର ର ମୁକ୍ତା,

ହୃଦୟ ଦହନେ ତୁମେ ଅଶ୍ରୁ ଶିକ୍ତl

କେ ବୁଝିବ ଆଜି କୋହ ସେ ମନ ର

ଭାବ ର ବିହୁନେ ନଶ୍ୱର ଶରୀର ll

ଦୂର ଦିଗବଳୟ ପାହାଡ଼ ଉହାଡ଼େ,

ହଜିବାକୁ ଚାହଁ ତୁମେ ସେ ଵଉଦେ

ହେଲେ ଇଛା ତୁମ ହୁଏନି ପୂରଣ,

ଦୁଃଖ ରେ ସୁଖ ରେ ସଂସାର ରେ ଭ୍ରମ

ଇଏ ପରା ସେଇ ଦୁନିଆ ନିୟମ ll

ଇଚ୍ଛା ଟା ତୁମର ଇଚ୍ଛା ରେ ରହିଲା,

ଶରୀର ଟା ଖାଲି ଖିନ ଭିନ ହେଲା,

ସଦ୍ୟ ଗୋଲାପ ଯେ ବାସି ହୋଇଗଲା

ଆଉ ତାର କିଛି ମହତ୍ୱ ନୋହିଲା

ଶେଷ ଶରୀର ମାଟି ରେ ମିଶିଲା ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance