ଗୋଲାପୀ ପ୍ରିୟତମା
ଗୋଲାପୀ ପ୍ରିୟତମା
ପ୍ରୀତି ସାଗରର ଅଥଳ ଜଳରେ
ମୁଁ ଏକ ଅଲୋଡା ମନ
ପ୍ରବାଳ ଦ୍ୱୀପର ଚମକ ତୁମେ ଗୋ
ମୋ ଆଖି ତଳର ଜହ୍ନ ।
ଫୁଲର ସହରେ ତୁମେ ପ୍ରିୟତମା
ଗୋଲାପୀ ଗୋଲାପ ପରୀ
ଗୀତ ଗାଉଛି ମୁଁ ପାଗଳ ଭ୍ରମର
ତୁମ ଚଉଦିଗେ ଘୁରି ।
ପ୍ରୀତି ମନ୍ଦାକିନୀ ବୁହାଉଛି ନିତି
ତୁମପାଇଁ ପ୍ରିୟ ସଖୀ
ଭାବିଛି କହିବି କେତେ କେତେ କଥା
ଆଖିରେ ମିଶାଇ ଆଖି ।
ତୁମରି ଛୁଆଁରେ ହଜିଯିବି ଦିନେ
ନିଜକୁ ଯିବି ମୁଁ ଭୁଲି
ସେଥିପାଇଁ ପରା ହୃଦୟ ଦରଜା
କେବଠୁ ଦେଇଛି ଖୋଲି ।

