STORYMIRROR

Bijay Prusty

Romance

3  

Bijay Prusty

Romance

ଗୋଲାପୀ ପ୍ରିୟତମା

ଗୋଲାପୀ ପ୍ରିୟତମା

1 min
195


ପ୍ରୀତି ସାଗରର ଅଥଳ ଜଳରେ

ମୁଁ ଏକ ଅଲୋଡା ମନ

ପ୍ରବାଳ ଦ୍ୱୀପର ଚମକ ତୁମେ ଗୋ

ମୋ ଆଖି ତଳର ଜହ୍ନ ।

ଫୁଲର ସହରେ ତୁମେ ପ୍ରିୟତମା

ଗୋଲାପୀ ଗୋଲାପ ପରୀ

ଗୀତ ଗାଉଛି ମୁଁ ପାଗଳ ଭ୍ରମର

ତୁମ ଚଉଦିଗେ ଘୁରି ।

ପ୍ରୀତି ମନ୍ଦାକିନୀ ବୁହାଉଛି ନିତି

ତୁମପାଇଁ ପ୍ରିୟ ସଖୀ

ଭାବିଛି କହିବି କେତେ କେତେ କଥା

ଆଖିରେ ମିଶାଇ ଆଖି ।

ତୁମରି ଛୁଆଁରେ ହଜିଯିବି ଦିନେ

ନିଜକୁ ଯିବି ମୁଁ ଭୁଲି

ସେଥିପାଇଁ ପରା ହୃଦୟ ଦରଜା

କେବଠୁ ଦେଇଛି ଖୋଲି ।

        


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance