STORYMIRROR

Madhabi Patel

Inspirational

3  

Madhabi Patel

Inspirational

ଗୋଲାପ

ଗୋଲାପ

1 min
203


ରେ ଗୋଲାପ

ତୋ ପରି ସୁନ୍ଦର ହୋଇ ପାରିବିକି କେବେ।

ତୋ ପରି ମହକ ବିତରି ଦେବାକୁ

ଏ ମନ ମୋହର ଭାବେ।

ରେ ଗୋଲାପ ........।

ଆକର୍ଷଣ ତୋର ରୂପ ସମ୍ଭାର

ମତୁଆଲା କରେ ପ୍ରତିଜନଙ୍କର।

ଉପହାର ରୂପେ ପ୍ରେମିକ ପ୍ରେମିକା

ଅରପନ୍ତି ଦେଇ ତତେ।

ରେ ଗୋଲାପ 

ସେ ଭାଗ୍ୟ କାହିଁରେ ମତେ।

ଈଶ୍ୱରଙ୍କ ପାଦତଳେ ତୋ ରସ୍ଥାନ

ସୁନ୍ଦରୀ କୁନ୍ତଳେ ହେଉ ତୁ ମଣ୍ଡନ

ନେତା ରାଜା ପୁଣି ମହାପୁରୁଷଙ୍କୁ

ଦେଇଥାନ୍ତି ସ୍ୱାଗତରେ।

ରେ ଗୋଲାପ

କେତେ ସୁଖ ତୋ ଭାଗ୍ୟରେ।

ଶୁଖିଗଲେ ତୁହି ବନୁରେ ଅତର।

ସାର୍ଥକ ହୁଅଇ ତୋର ଜନମର।

ଜୀବନ୍ତ ବା ମୃତ ସଭିଙ୍କ ଆଦର

ମିଳେ ସଦା ସବୁବେଳେ।

ରେ ଗୋଲାପ

ମୁଁ ସମ କାହିଁ ତୋ ତୁଲେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational