STORYMIRROR

Trushna Das

Inspirational

3  

Trushna Das

Inspirational

ଗୋଲାପ କଣ୍ଟା

ଗୋଲାପ କଣ୍ଟା

1 min
191

ମୋ ପ୍ରିୟାକୁ ମୁଁ ଦେଖି

ମନେ ମନେ ଭଲ ପାଇ ବସିଲି

ଦିଶୁଛି ସେ ଗୋଲାପ ଫୁଲ ପରି

ସେ ମୋ ମନର ସାଜିଲା ରାଣୀ।। ( 1 )


ମନେ ପଡିଲା ଗୋଲାପ ପାଖୁଡା 

ମନେ ମନେ ଜାଗୃତ ହେଲା ଇଚ୍ଛା 

ଲେଖିବା ପାଇଁ

ପ୍ରେମର ପରିଭାଷା 

ଗାନ କରିବାକୁ ମୋ ପ୍ରିୟାର ପ୍ରଶଂସା।। ( 2 )


କଲମଟିଏ ନ ପାଇ

ଗୋଲାପ ପାଖୁଡା ତୋଳି ଆଣିଲି

ହେଲେ ପାଖୁଡାରେ ତ ନ ଥିଲା କାଳୀ 

ତାର ଡାଳରେ ଥିଲା କଣ୍ଟା ଖାଲି।। ( 3 )


କଣ୍ଟା ସବୁ କହୁ ଥିଲା

ବାରମ୍ବାର ଗୋଟିଏ କଥା 

ଯେ ସବୁ ସୁନ୍ଦରତା

ମଧ୍ୟରେ ଥାଏ କିଛି କଣ୍ଟା ଆଉ ଦାଗ ପରା।। ( 4 )


ପ୍ରେମରେ ମୁଁ ପାଗଳ ସାଜି

କିଛି ନ ବୁଝି 

ଲେଖିବାକୁ ମୁଁ ବାହାରିଲି

ମୋ ପ୍ରିୟା ପାଇଁ ଚିଠି

ସେଇ କଣ୍ଟାରେ ମୁଁ ନିଜ ରକ୍ତ ଝରାଇ

ଲେଖି ଚାଲିଲି ମୋ ପ୍ରେମ କାହାଣୀ 

ହୃଦୟ ସ୍ପନ୍ଦନ ଯାଉ ଥାଏ ବଢି

ହେଲେ ଧୈର୍ଯ୍ୟ ରଖି 

ଲେଖି ଚାଲି ଥାଏ ପ୍ରେମ ଚିଠି।।


ପ୍ରେମ ଚିଠି ସିନା ଲେଖି ଦେଲି

ହେଲେ ଜାଣି ନ ଥିଲି 

ପ୍ରିୟାର ଠିକଣା କେଉଁଠି ବୋଲି 

ଗୋଲାପ ପାଖୁଡା ପରି 

ବିଞ୍ଚି ହୋଇ ଯାଉ ଥାଏ ମୋ ନ ଖାଲି

ତାର ଠିକଣା ପାଇବା ପାଇଁ।।


ଠିକଣା ଖୋଜୁ ଖୋଜୁ 

ଦେଖିଲି ମୁଁ ମୋ ପ୍ରିୟାକୁ

ହେଲେ ସେ ଯେ ଭଲ ପାଏ ଆଉ କାହାକୁ 

ପାଇଲି ମୁଁ ଜାଣିବାକୁ 

ଗୋଲାପ ପାଖୁଡା ବିଞ୍ଚି ହୋଇ ଗଲା ମୋର ସ୍ୱପ୍ନ ସବୁ

ମନେ ମଡିଲା ଗୋଲାପ କଣ୍ଟାର କଥା ସବୁ

ସମ୍ଭାଳିବି କେମିତି ମୋ ହୃଦୟକୁ ଭାବୁ ଭାବୁ 

ପାଇଲି ଶିକ୍ଷା ସୁନ୍ଦରତା ପଛରେ କଣ୍ଟା ସବୁ 

କହୁ ଥାଆନ୍ତି ମୋହ ମାୟା ଆଣେ ଦୁଃଖ ଜୀବନକୁ।। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational