STORYMIRROR

Satyabati Swain

Inspirational

4  

Satyabati Swain

Inspirational

ଗୋଲ ଗୋଲ କାଚ ଚଷମା

ଗୋଲ ଗୋଲ କାଚ ଚଷମା

1 min
527

ଚଷମା !

କଳା ଫ୍ରେମ ଭିତରେ ଦୁଇଟି

ଗୋଲ ଗୋଲ କାଚ ଚଷମା

କାନ୍ଥ,ବାଡ଼,ପୋଷ୍ଟର,ବ୍ୟାନର

କାଯ୍ୟାଳୟ,ପୁସ୍ତକ

ମାଟି,ମଣିଷ ଆତ୍ମାରେ

ଛାଇଛି 

ଅଦୃଶ୍ୟରେ ପିନ୍ଧିଛି କେହି

ପ୍ରତୀକ ,ସଂଙ୍କେତ

ସ୍ୱଚ୍ଛତାର

ନିର୍ମଳତାର କଥା କହୁଛି

କି-----

ଲୁଚେଇ କାଚରୁ ଲୁହ ପୋଛୁଛନ୍ତି!!!!!


ଠେଙ୍ଗାଟିଏ

ଶିରାଳ ହାତଟେ ଧରିଛି

ଶକ୍ତି, ସାମର୍ଥ୍ୟ !

ଆଦର୍ଶ ପ୍ରେରଣା!

ବା -----

ମୁଣ୍ଡ ଫଟାଫଟି ହୋଇ

ରକତ ନଈରେ ପହଁର

ନାଲି ଆଖି ଦେଖାଅ

ପାଦତଳେ ଚାପି ଦିଅ

ସବୁ ମାନବିକତା

ହେଇ ଯାଉ ସମଗ୍ର ବସୁଧା

ଲଂକାପୁର!

ତୁହାଇ ତୁହାଇ କେହି କହୁଛନ୍ତି

କେହିତ--ଶୁଣ 

କଇଁ କଇଁ କାନ୍ଦ ଶୁଭୁଛି!!!


ଅରଟ

ଧୂଳି ଧୁସରିତ

କେଉଁ କାଳର

ଜୀର୍ଣ୍ଣ ଶୀର୍ଣ୍ଣ

ସେ ପ୍ରଗତିର ,ସମୃଦ୍ଧିର

ଶ୍ରମର

ସ୍ୱାଭିମାନର ସନ୍ଦେଶ ଦେଉଛି

ନା----

ଓଲୁ ଭାଲୁ ଚୋପ୍ ବେ

ମରଘଟିଆ କେଉଁଠିକାର

ଟାହି ଟାପରା

ହସରେ ଫାଟି ପଡୁଛି

ହୃଦୟରୁ ଅନୁଭବ କର

ଆତ୍ମ ଗ୍ଲାନିରେ

କେହି ତ ଆତ୍ମ ହତ୍ୟା କରୁଛନ୍ତି।।


ଆଣ୍ଠୁ ଲୁଚୁ ନଥିବା 

ଖଦଡ଼----

ଖଣ୍ଡେ ବେହରଣ

ସଂସ୍କୃତି, ସଂସ୍କାର

ଆତ୍ମଭିମାନ

ସରଳ ନିରାଡ଼ମ୍ବରଜୀବନ

ସଫଳତାର ଶୀର୍ଷରେ ପହଂଚାଏ

ମନ୍ତ୍ର ଦେଉଛି

ଅବା-----

ଅଧା ଲଙ୍ଗଳା ବୃଦ୍ଧ

ପାଗଳ ପ୍ରଳାପ କହି

ଉତ୍ତରଶ୍ୱରୀ ନାକ ଟେକୁଛି

ଦେଖ ଦେଖ----କେତେ କାଟୁଛି।।


ତିନି ମାଙ୍କଡ଼

ସଂଗ୍ରାହଳୟର କାଚଘରେ

କିଛି ଦେଖୁ ନାହାଁନ୍ତି

କହୁ ନାହାନ୍ତି

ଶୁଣୁ ନାହାନ୍ତି

ଥାପୁଡ଼ାଇ ଶୁଆଇ ଦେଲେଣି

ସବୁ ନୀତି କଥା

ସତ୍ୟ, ଅହିଂସା

ଗୋଟିଏ ଜାତି

କୋଟିଏ ଛାତିର

ସ୍ପନ୍ଦନ

ମହା ନାୟକ

କେବଳ ମାତ୍ର

ଛବିର ମଣିଷଟିଏ

ମୁକ ଇତିହାସ ବନି ଯାଇଛନ୍ତି

ବୁଝ ବୁଝ--

ଏବେ ବି ବେଳ ଗଡି ଯାଇନି

ଛବି ମଣିଷ କଣ ଚାହୁଁଛନ୍ତି!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational