STORYMIRROR

Prabhanjana Tripathy

Inspirational

4  

Prabhanjana Tripathy

Inspirational

ଗୋଡେଇ ମାରିବ

ଗୋଡେଇ ମାରିବ

1 min
292


ଧନ ସମ୍ପତ୍ତି ଠୁଳ କରିବାରେ

ଏତେ ତୁ ଆତୁର କାହିଁକି

ଦି ଦିନ ଦି ଓଳି ଦୁନିଆଁ ବଜାର

ତୋ ଭାବନାରେ ନାହିଁ କି??


ଆସିଛୁ ଏକା ପୁଞ୍ଜି ଧରିଯିବୁ

ମଶାଣି ଡାକିବ ଜୁଇ'କି

ପୁଞ୍ଜି ନେଇ ସବୁ ନିଆଁରେ ପଡ଼ିବୁ

ତେଜ ହେଜ କରୁ କାହିଁକି???


କିଏ ଯେ ଜାଣିଛି ମୃତ୍ୟୁ ରହସ୍ୟ

ଧନି ଜୀଵ ମରେ ନାହିଁ 'କି

କେଉଁ ପରିସ୍ଥିତି"ରେ ମୃତ୍ୟୁ ଆସିବ

ଗୋଡେଇ ମାରିବ ଧାଇଁ'କିll


ଗର୍ବଅହଂ ଭାଵ ମିଥ୍ୟା କଳଙ୍କ

କୁଟ କପଟର ଛାଇ'କି

ଗରିବ ଧନକୁ ମୁଟ ବାନ୍ଧି ଦେଲୁ

ଆଗାମୀ ଔରସ ପାଇଁ'କି???


ଟେକି ଟେକି ନେବେ ନିର୍ଧୁମ ପିଟିବେ

ଶବ ଫିଙ୍ଗିଦେବେ ଖାଇକି

ଶ୍ୱାନଶୃଗାଳ ଖୁମ୍ପି ଖାଇବେ

ପୋଚିବୁ କଙ୍କାଳ ହୋଇ'କିll


ପୋକ ପଡିବପଚିଶଢ଼ୀଜିବ

ଶବ ନ ମିଳିବ ଭାଇଙ୍କି

ପୁନ୍ୟ ପାପର ନିକିତି ଶ୍ୱାନଶୃଗାଳ

ଜଣାସେହି ଭାଵ ଗ୍ରାହିଁକି ll


ଜନ୍ମ ହୋଇଛୁ ପୁନ୍ୟ କ୍ଷେତ୍ର ଏ

ଭାରତ ଭୂମିରେ ରହିକି

ଧନ ଅର୍ଜନେ ଧର୍ମ କର

ନିତ୍ୟ ଧ୍ୟାଇ ଜଗତ୍ ସାଇଁକିll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational