STORYMIRROR

Trupti Paikaray

Abstract Comedy

3  

Trupti Paikaray

Abstract Comedy

ଗୋ ରକ୍ଷକ ନା ତୁମେ ଗୋ ରାକ୍ଷସ ?

ଗୋ ରକ୍ଷକ ନା ତୁମେ ଗୋ ରାକ୍ଷସ ?

2 mins
13.1K


ଗୋ ରକ୍ଷକ ନା ତୁମେ ଗୋ ରାକ୍ଷସ ?

ତୃପ୍ତି ପାଇକରାୟ

 

ସତ କୁହ ତୁମେ କିଏ

ଗୋ ରକ୍ଷକ ନା ତୁମେ ଗୋ ରାକ୍ଷସ?

ଗୋ ରକ୍ଷକ ନାଁରେ କାହିଁ ତୁମେ ସାଜ ଗୋ ରାକ୍ଷସ,

ନା ମୁଁ ହିନ୍ଦୁ କହୁଛି, ନା ମୁସଲମାନ, ନା ଶିଖ କହୁଛି, ନା ଈସାଈ,

ମୋ ଭିତରେ ଥିବା ସେଇ ମଣିଷତ୍ୱ ଆଜି ପ୍ରଶ୍ନ କରୁଛି I

 

କୋଉ ବଦନାମର ପ୍ରତିଶୋଧ ନେଉଛ,

ନକଲି ଗୋ ରକ୍ଷକ ସାଜି,

ଭଦ୍ର ମୁଖା ତଳେ କାହିଁ ଏହି ବର୍ବର କାଣ୍ଡ ଭିଆଉଛ,

ନିରୀହ ଗୋମାତାର ଇଜ୍ଜତ କାହିଁ ବାଟେଘାଟେ ନିଲାମ କରୁଛ?

 

ସେ ବିଚରା କି ଦୋଷ କରିଛି,

ତାକୁ ନେଇ କାହିଁ ଏ ମଣିଷ ଯୁଧ୍ୟର ବିଗୁଲ ବଜାଉଛ,

କେବେ ଭାବିଛ ତାର ବି ଜୀବନ ଅଛି,

ଭରିଦେଉଛି ତୁମ ଭଣ୍ଡାର

ଦୁଗ୍ଧ, ଦହି, ଛେନା, ଘିଅ, ଆଉ ଲବଣୀରେ,

ସର ଆଉ ସରପୁଳିରେ, 

ମରିମରି ବି ତୁମ କାମରେ ଲାଗିପଡିଛି,

କେବେ ତୁମ ମୁଖରୁଚି ହେଇ,

କେବେ ତୁମ ରୋଜଗାରର ପନ୍ଥା ହେଇ I

 

ତା ମନ, ପ୍ରାଣ, ହାଡ, ମାଂସ, ଶରୀର,

ଶରୀରର ପ୍ରତିଟି କୋଣ ଅନୁକୋଣ,

ତୁମ ପରି ମାନବଜାତିର ସେବାରେ,

ତଥାପି ତୁମ ମନ ଭରୁନି,

ତାକୁ ଅପମାନ କରିବାରେ I

  

ତୁମ ଭିତରେ ଥାଇପାରେ ଜାତିଆଣ, ଧର୍ମଗତ ଭେଦଭାବ,

ପର-ଆପଣାର ଭାବ,

ହେଲେ ତା'ର କ'ଣ ଭୁଲ,

ସେତ ସଦାସର୍ବଦା ତୁମ ସେବାରେ,

କାହିଁ ଟିକେ ବି ତ ଊଣା କରୁନି?

 

ତାକୁ ଟିକେ ସୁରକ୍ଷା ଦେବା ନାଁରେ,

କାହିଁ ଏ ମିଛ ଆଉ ଅପପ୍ରଚାର?

ସତ ସୁରକ୍ଷା ଟିକେ ଦେଲେ ହୁଏତ

ସେ ତୁମପାଖେ ସାରା ଜୀବନ ଋଣୀ ହେଇ ରହିବ I

 

କାଢିଦିଅ ସେ ମିଛିମିଛିକା ପିନ୍ଧିଥିବା ମୁଖା,

ସତରେ ଟିକେ ଗୋ ରକ୍ଷକ ସାଜିଦେଖ,

ତାକୁ ଟିକେ ତାକୁ ଆଶା ଆଶ୍ୱାସନା ଦିଅ,

ମେଞ୍ଚାମେଞ୍ଚା ପଲିଥିନ ଆଉ ପ୍ଲାଷ୍ଟିକ ଭୁଞ୍ଜି

ସେ ଆଜି ରୋଗ ଆଉ ଜରାବ୍ୟାଧିଗ୍ରସ୍ତ,

ତା ପାଇଁ ଟିକେ ସବୁଜିମା ଆଉ ଘାସର ଗାଲିଚା କର,

ତାକୁ ଟିକେ ହସଖୁସିରେ ବୁଲିବାକୁ ତ ଦିଅ,

ବଞ୍ଚିଲେ ସେ ତୁମ କାମରେ ହିଁ  ତ ଆସିବ I

 

ହେଲେ ଗୋଟେ କଥା ମନେରଖ,

ନା ସେ ହିନ୍ଦୁର, ନା ମୁସଲମାନର,

ନା ସେ ଶିଖ ଈସାଈର,

ସେତ ସମଗ୍ର ମାନବ ଜାତିର I

 

*****


Rate this content
Log in

Similar oriya poem from Abstract