STORYMIRROR

Kalandi pal

Tragedy Inspirational

3  

Kalandi pal

Tragedy Inspirational

ଗଣତନ୍ତ୍ର

ଗଣତନ୍ତ୍ର

1 min
662


ଭାରତ ଶାସନ ଥିଲା ପରାଧୀନ

    ଲମ୍ପଟ ବିଦେଶୀ ହାତେ

ଗାନ୍ଧି ଗୋପବନ୍ଧୁ  ବକ୍ସି ଜଗବନ୍ଧୁ

    ଆଉ ବରପୁତ୍ର କେତେ !!


ବିଦେଶି ବିରୁଦ୍ଧେ  ମେଳି କଲେ ଯୁଦ୍ଧ

    ଅହିଂସାର ଆନ୍ଦୋଳନ

କେତେ ବୀର ପୁତ୍ର  ହୋଇଲେ ନିହତ

    ବନ୍ଦୀରେ କାଟି ଜୀବନ !!


ସେଇ ବେଇମାନି ଇଂରେଜ କମ୍ପାନୀ

    ଭେଇଁଲେ ନାନା କୌଶଳ

ବହେ ରକ୍ତ ନଦୀ ମାତୃ କୋଳ ଭେଦି

    ଗାଦି ହେଲା ଟଳମଳ !!


ଉଣେଇଶ ଶହ  ଶତ ଚାଳିଶସାଲେ

    ହେଲା ଭାରତ ସ୍ୱାଧୀନ

ଗଣତନ୍ତ୍ର ନୀତି  ପ୍ରଚଳନ ଭିତ୍ତି

    ଗଢ଼ା ହେଲା ସମ୍ବିଧାନ !!


ଆମ୍ବେଦକର ତ କରିଲେ ଗୃହୀତ

   ସମ୍ବିଧାନ ମୁଖବନ୍ଧ

ଚାଲେ ଗଣତନ୍ତ୍ର  ଶାସନେ ଭାରତ

   ଫୁଟେ ମନରେ ଆନନ୍ଦ !!


ଆମ ସରକାର  ଆମ ହାତେ ଗଢ଼ା

    ଶାସନ କଳ ଆମର

ଗୌରବରେ ଛାତି ଫୁଲି ଉଠେ ଆଜି

    ପାଇ ସ୍ୱାଧୀନ ଦେଶର !!


ଗଣତନ୍ତ୍ର ଆଜି ରାଜତନ୍ତ୍ର ହୁଏ

   ଆଇନ ମୁହଁରେ ତୁଣ୍ଡି

ତତଲା ରକତ ନେତାଏ ପିଅନ୍ତି

   ଭୋଟରଙ୍କୁ ମିଛେ ଭଣ୍ଡି !!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy