STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

ଗଣତନ୍ତ୍ର

ଗଣତନ୍ତ୍ର

1 min
133

ଗଣତନ୍ତ୍ର ପରବ ଆସିଛି

ସବୁଠି ତ୍ରିରଙ୍ଗା ପତାକା ଉଡ଼ୁଛି

ଶାନ୍ତି ମୈତ୍ରୀ ପ୍ରଗତିର କଥା ତ୍ରିରଙ୍ଗା କହୁଛି

ପତାକା ମଝିରେ ଅଶୋକ ଚକ୍ର ରହିଛି

ତ୍ରିରଙ୍ଗା ପତାକା ସ୍ୱାଭିମାନ ଆମର

ଏହା ଫର ଫର. ହୋଇ ଉଡ଼ୁ ଥାଏ ନିରନ୍ତର

ଅଗଷ୍ଟ ପନ୍ଦରରେ ଦେଶ ସ୍ୱାଧୀନ ହେଲା

ତ୍ରିରଙ୍ଗା ପତାକା ସବୁଠି ଉଡିଲା

କେତେ ମହାପୁରୁଷ ନିଜ ଜୀବନ ବାଜି ଲଗାଇ ଦେଲେ

ଇଂରେଜ୍ ସାଥେ ଲଢ଼ି ଆମ ଦେଶକୁ ସ୍ୱାଧୀନ କଲେ

ଜାନୁଆରି ଛବିଶି ତାରିଖରେ ଆମ 

ଦେଶରେ ସମ୍ବିଧାନ ହେଲା

ଭୀମ ରାଓ ଆମ୍ବେଦକରଙ୍କ ମୁଖ୍ୟ 

ଭୂମିକା ଥିଲା

ସେ ସମ୍ବିଧାନ ଜନକ ହୋଇ ଚିର

ଦିନ ରହିଲେ

ଜାନୁଆରି ଛବିଶିକୁ ଗଣତନ୍ତ୍ର ଦିବସ କରିଲେ

ଗଣ ଅର୍ଥ ଜନତା ତନ୍ତ୍ର ଅର୍ଥ ଶାସନ

ଏ ରୂପେ ସମ୍ବିଧାନ ଆମ ଦେଶେ ହେଲା ପ୍ରଣୟନ

ଆଜିର ଦିବସ ସବୁଠି ପାଳିତ ହୁଏ

ଗଣତନ୍ତ୍ର ଦିବସ ମହାନତା ସବୁଠି ପ୍ରଚାର ହୁଏ

ବିଦ୍ୟାଳୟ ହେଉ ଅବା କାଯ୍ୟାଳୟ ସବୁଠି ତ୍ରିରଙ୍ଗା ପତାକା ଉଡ଼ଇ

ଆଜି ର ଦିବସ ଏକ ମହାନ ପର୍ବ ରୂପେ ପରିଚିତ ଅଟଇ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational