STORYMIRROR

ସନାତନ ଦାସ

Inspirational

3  

ସନାତନ ଦାସ

Inspirational

ଗଣତନ୍ତ୍ର

ଗଣତନ୍ତ୍ର

1 min
231


ମିଛଟାରେ ସିନା ଗଣତନ୍ତ୍ର ଚାଲେ ଭାରତ ଭୂମିରେ ଆମର,

ନେତା ତନ୍ତ୍ର ହୋଇ ଆମରି ଶାସନ ନିନ୍ଦା ଲଭୁଛି ବାରମ୍ବାର..!!


ଗଣତନ୍ତ୍ରର ସଂଜ୍ଞା ବଦଳିଛି ସମୟର କରାଳ ଗତିରେ,

ଜନତା ବଦଳରେ ନେତା ଏଠି ପ୍ରଭୁ

ଦୁସ୍ଥ ରାଜନୀତିରେ..!!


କାଗଜପତ୍ର ଆଉ ଭାଷଣ ବାଜିରେ ଗଣତନ୍ତ୍ର ଏଠି ଚାଲିଛି,

ଗଣମାନେ ନିତି ଶୋଷଣ ହୁଅନ୍ତି ତାଙ୍କ ଦୁଃଖ କିଏ ବୁଝୁଛି..?


ଲୋକଙ୍କ ହାତରେ ଶାସନ ରହିଲେ ଗଣତନ୍ତ୍ର ବୋଲାଯାଏ,

ଦୁର୍ନୀତି ଯୁକ୍ତ ନେତାମାନଙ୍କୁ ଏଠି

ଭଗବାନ୍ କୁହାଯାଏ..!!


ଦାରିଦ୍ର୍ୟ, ଦୁର୍ନୀତି,ଋଗ୍ଣ ଅର୍ଥନୀତିରେ ଜର୍ଜରିତ ଆମ ସମାଜ,

ନିଜେ ନ ଚେତିଲେ ସଜାଗ ନହେଲେ

ଆସିବନି ରାମରାଜ୍ୟ..!!


ନେତାମାନେ ଯଦି ସେବକ ହୋଇ ଚଳାଇବେ ଏଇ ଦେଶକୁ,

ଆମ ଗଣତନ୍ତ୍ର ସର୍ବ ଶ୍ରେଷ୍ଠ ହୋଇ

ଅମର ରହିବ କାଳ କାଳକୁ..!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational