STORYMIRROR

Maitreyee Kamila

Inspirational

3  

Maitreyee Kamila

Inspirational

ଗଣତନ୍ତ୍ର ଦିବସ

ଗଣତନ୍ତ୍ର ଦିବସ

1 min
187


ଆମ ଗରବ ଆମ ଦେଶ ଭାରତ

ଯେଉଁଠି ଥାଏ ଗଣତନ୍ତ୍ରରେ ଦୃଢ଼ ବିଶ୍ୱାସ

ଧର୍ମନିରପେକ୍ଷତା, ସମାଜବାଦୀ ରାଷ୍ଟ୍ର

ବ୍ୟକ୍ତି ସ୍ୱାଧୀନତାକୁ ସମ୍ବିଧାନ କରେ ପ୍ରକାଶ

ବିଶାଳ ଭାରତବର୍ଷ ପାଇଁ

୨୬ ଜାନୁଆରୀ କେବଳ ତାରିଖ ନୁହେଁ

ଏକ ଐତିହାସିକ ସାମ୍ବିଧାନିକ ପରମ୍ପରାର ସୂତ୍ରପାତ।

ସାହସ, ତ୍ୟାଗ ,ସତ୍ୟ, ଶାନ୍ତି, ଅହିଂସା , ବିଶ୍ୱାସ, ବୀରତ୍ୱ, ପ୍ରଗତିର ବାର୍ତ୍ତା 

ଘେନି ଉଡୁଥାଏ ଫରଫର ଆମ ତିରଙ୍ଗା।

ଆମ ପରିଚୟ ଆମ ଗଣତାନ୍ତ୍ରିକ ରାଷ୍ଟ୍ର, ଆଇନ ଶାସନ ଖସଡ଼ା ,

ସର୍ବ ବୃହତ ସମ୍ବିଧାନ, ସାର୍ଵଭୌମ କ୍ଷମତା ,

ଲୋକ ପ୍ରତିନିଧି, ସାଧାରଣ ନାଗରିକର ରାୟ,

ସଂସଦୀୟ ଶାସନ ବ୍ୟବସ୍ଥାର ପ୍ରଚଳନ ,

ମୌଳିକ ଅଧିକାର, ରାଷ୍ଟ୍ରୀୟ ନିର୍ଦ୍ଦେଶ ମୂଳକ ନୀତି,

ଏକ ନାଗରିକତ୍ୱ ପ୍ରଦାନ, ଜନ ମଙ୍ଗଳକାରୀ ରାଷ୍ଟ୍ର ଗଠନ

ସାବାଳକ ଭୋଟ ପ୍ରଥା

ଦେଶର ମୁଖ୍ୟ ମେରୁଦଣ୍ଡ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational