STORYMIRROR

Chittaranjan Nanda

Inspirational Others

4  

Chittaranjan Nanda

Inspirational Others

ଗଣତନ୍ତ୍ର ଦିବସ

ଗଣତନ୍ତ୍ର ଦିବସ

1 min
369


ଜାନୁଆରୀ ୨୬ ଆମ ସାଧାରଣତନ୍ତ୍ର

ଦିବସ, 

ଏହି ଦିନ ତ ଆମର ଗଣତନ୍ତ୍ର ଗାନ 

ଦିବସ ।


ବାସ୍ତରୀତମ ସାଧାରଣତନ୍ତ୍ର ଗଣତନ୍ତ୍ରର, 

ନୂଆ ଦିନ 

ଆମ ନାଗରିକଙ୍କ ପାଇଁ ସମ୍ମାନର 

ଏ ଦିନ।


ଭାରତୀୟ ଆମେ ଯେତେ ଏହାକୁ

 ପାଳିବା,

ତ୍ରୀରଙ୍ଗା ସରବେ ଅତି ଗର୍ବେ 

ଉଡେଇବା।


ବିରାଡ଼ି ବୈଷ୍ଣବ ଦେଖ ଲୁଚି ଆଇଁଷ

 ଖାଉଛି,

କେହି ଜାଣୁ ନାହାନ୍ତି ବୋଲି ସେ

ଭାବୁଛି।


ଏକତା ରଜ୍ଜୁକୁ ଖଣ୍ଡ ଖଣ୍ଡ ବିଖଣ୍ଡ

 କରୁଛି,

ଅବିଶ୍ୱାସର ବିଷ ଚାରାକୁ ପ୍ରତି ଦିନ

ବୁଣୁଛି ।


ଜାତି ଧର୍ମ ବର୍ଣ୍ଣ ବିଭେଦତା ମନରେ

ଭରିଛି,

ତେଣୁ ଦେଶପ୍ରେମୀର ବହୁ ଚିନ୍ତାର 

ବିଷୟ ହୋଇଛି ।


କିପରି ଚଳିବା ଅବିଶ୍ୱାସେ କୁହ 

ସର୍ବେ ମିଳିମିଶି

କଟାଇ ପାରିବା କି ଦିନ ଖୁସିରେ 

ହସିହସି ।

 

ମିଛକୁ ଡିଙ୍ଗିରା ପିଟିଲେ ମିଛ କି 

ସତ ହୋଇବ

ସତ୍ଯକୁ ଯେତେ ଦବାଇଲେ ତାହା 

କି ଲୁଚି ରହିଵ।


ଚିନ୍ତା କର, ମୋର ସବୁ ଯେତେ

ଭଉଣୀ ଭାଇ,

ଆସୁଛି ୨୬ ଜାନୁୟାରୀ ନୂଆ 

ସନ୍ଦେଶ ନେଇ ।


ଜାଗୁ ମନେ ନୂତନ ସୂର୍ଯ୍ୟର 

ନୂତନ କଳ୍ପନା,

ହଟାଇବା ମନୁ ସାମ୍ପ୍ରଦାୟିକତାର 

ଭାବନା ।


ସମ୍ବିଧାନ ନୁହେଁ, ଖାଲି , ଏକ 

ସାଧାରଣ ଆଇନ,

ଅଟେ ଆମର ଅଧିକାର ଓ 

କର୍ତ୍ତବ୍ୟ ର ସମ୍ମିଶ୍ରଣ ।


ରକ୍ତରେ ଭରିଛି ଏ ମାଟି ବହୁ 

ତ୍ୟାଗୀ ପୁରୁଷର

ରଚିଯାଇଛନ୍ତି କୀର୍ତ୍ତି ବହୁ ବୀର

ସନ୍ତାନ, ମାତୃଭୂମିର।


ସ୍ୱାଧୀନ ରାଷ୍ଟ୍ରକୁ ଆମେ ଜନ 

ସାଧାରଣ ଶାସନ କରୁ

ଦେଶ ମାତୃକାର ଭକ୍ତି ନିଶ୍ୟାସେ 

ପ୍ରଶ୍ୟାସେ ଭରୁ ।


ବାଣ୍ଟିବାରେ ଆମେ ବାର୍ତ୍ତା ପ୍ରେମ 

ଓ ଶାନ୍ତି ମୈତ୍ରୀର

ଧରାରେ ଖ୍ୟାତି ଆଣିବା, ସଂସ୍କୃତି 

ରେ ଆମର ।


ଜୟ ହିନ୍ଦ ଜୟ ହିନ୍ଦୁସ୍ତାନର 

ଗାନ ବୋଲିବା

ଜୟ ଯବାନ ଜୟ କିସାନର 

ସ୍ଲୋଗାନ ଦେବା ।


ସାରେ ଜାହାନସେ ଆଛା ଦେଶ 

ମୋର ବୋଲିବା

ପ୍ୟାରା ମେରା ହିନ୍ଦୁସ୍ତାନ, ହୃଦୟେ 

ସ୍ଥାନ ଦେବା ।


ରଖିବା ମାନ, ଆମ ମଥା ଛିଣ୍ଡିଯିବା 

ପର୍ଯ୍ୟନ୍ତ

ଡରିବାନି, ଡରିବାନି ଚାଲିବାକୁ 

ସତ୍ୟ ପଥ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational