Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Maheswar sahoo

Classics

5.0  

Maheswar sahoo

Classics

ଗଣତନ୍ତ୍ର ଦିବସ

ଗଣତନ୍ତ୍ର ଦିବସ

1 min
480


ଦେଶ ପ୍ରେମୀ ତୁମେ,  ମୋ ଦେଶର ପ୍ରାଣ,

       ତୁମେ ଦେଶର ନାୟକ:

ତୁମେ କରିଥିଲ,         ଗଣତନ୍ତ୍ର ସୃଷ୍ଟି,

      ସ୍ମରଣୀୟ ସ୍ମୃତି ସାଧକ |0|


ବାବା ସାହିବ ହେ,     ଆମ୍ବେଦକର ହେ,

      କୋଟି କୋଟି ଘେନ ପ୍ରଣାମ:

ତ୍ରିରଙ୍ଗା ଚରଣେ,    ଛିଡା ହୋଇ ଆମେ,

        ସ୍ମରଣ କରୁଛୁ ତୁମ |1|


ଉଦୟ ସୁରୁଜ,         ପବନର ତାଳ,

        ତ୍ରିରଙ୍ଗାର ଢେଉ ଶୋଭେ:

କେଶରୀ ଧବଳ,        ନିଳିମା ରଞ୍ଜିତ,

        ଉଡେ ଫର ଫର ଗର୍ବେ |2|


ସ୍ୟାଲୁଟ ଜଣାଉ,      ଆମ୍ଭେ ସର୍ବେ ମିଳି,

       ଗାଉ ଜାତୀୟ ସଙ୍ଗୀତ:

ମନ ଦୃଢ କରି,         ଛାତିକୁ ଫୁଲାଇ,

        ହେଉ ସର୍ବେ ଏକତ୍ରିତ |3|


ରଖିବାନି ହୃଦେ,        ଜାତି ଧର୍ମ ବର୍ଣ୍ଣ,

       ଆମେ ସବୁ ଭାଇ ଭାଇ:

ନିର୍ବିଶେଷେ ଆମେ,       ଏକବର୍ଣ୍ଣି ରକ୍ତେ,

        ଚଳିବା ମିଳିତ ହୋଇ |4|


ସତ୍ୟ ନ୍ୟାୟ ପାଇଁ,       ଶପଥ କରିବା,

        କରିବାନି ଅତ୍ୟାଚାର:

ଚୋରି ହତ୍ୟା ମିଥ୍ୟା,       ଲୁଣ୍ଠନ ଧର୍ଷଣ,

        କରିବା ସମlଜୁ ଦୂର |5|


ଆମ ଦେଶ ହେବ,       ବିଶ୍ୱରେ ମହାନ,

       ପ୍ରଚେଷ୍ଟା ଥିଲେ ଆମରି:

ସମ୍ବିଧାନ ଧାରା,         ମାନି ଚଳୁଥିଲେ,

        ଦୁଃଖ ନ ରହିବ କାହାରି ` |2|


************************************

ମହେଶ୍ୱର ସାହୁ

ଗୋପୀବିନ୍ଧା, ବ୍ରାହ୍ମଣ ଗାଁ,

ବାଲେଶ୍ୱର(ଭଦ୍ରକ)


Rate this content
Log in

Similar oriya poem from Classics