STORYMIRROR

rasmi maye pati

Inspirational

4  

rasmi maye pati

Inspirational

ଗଣତନ୍ତ୍ର ଦିବସ ର ଅଭିନନ୍ଦନ

ଗଣତନ୍ତ୍ର ଦିବସ ର ଅଭିନନ୍ଦନ

1 min
471


ମୁକ୍ତାକାଶ ତଳେ ଉଡେ ଫରଫର

  ବିଜୟୀ ତ୍ରିରଙ୍ଗା ଝଣ୍ଡା

କି ବିଜୟ ସିଏ କେ ଲେଖିଲା ତନ୍ତ୍ର

  ସେଇଠି ହିଁ ଅସୁବିଧା ।

ତନ୍ତ୍ର ରହିଗଲା ତନ୍ତ୍ର ର ପୃଷ୍ଠା ରେ

  ବେତନ୍ତ୍ର ଉଡାଏ ଝଣ୍ତା

ଫୁଲ ଝର ଝର ଝରିଲା ଝଣ୍ଡାରୁ

  କରତାଳି ରେ ସେ ବନ୍ଧା ।

ବେଲଜ୍ୟା ପଣ ରେ ସେଓ ବୁନ୍ଦି ଖାଇ

  ଗାଏ ଜାତୀୟ ସଙ୍ଗୀତ

ଅଛି କେ ମାନବ ମହତ୍ତ୍ଵ ବୁଝିବ

  ଗଣତନ୍ତ୍ର ର କି ଅର୍ଥ।

ବିଷ କୁମ୍ଭ ପରି ଆଜି ର ଏ ରାଷ୍ଟ୍ର

 ଉପର ଟା ମଖମଲ 

ଗଣତନ୍ତ୍ର ମୁଖା ଢାଙ୍କି ହୋଇ ଅଛି

 ଝଣ୍ଡା ଉଡେ ଫର ଫର।

ସଭା ସରିଗଲା ଭାଷଣ ସରିଲା

 ଝଣ୍ଡା ଲଇଁଲା ତଳକୁ

ଗଣତନ୍ତ୍ର ବୋଧ ସେଇଠି ସରିଲା

 ସଗର୍ବେ ଫେର ଘର କୁ।

ଚୋରୀ ନାରୀ ଆଉ ବଳାତ୍କାର ଝଣ୍ଡା

 ବର୍ଷ ସାରା ଉଡୁଅଛି

ସ୍ୱାଧୀନତା ଆଉ ଗଣତନ୍ତ୍ର ଦିନ

 ଗର୍ବ ରେ ଛାତି ଫାଟୁଛି।

ଏଇ ହେଲା ଆମ ସ୍ଵାଧୀନତା ଅର୍ଥ 

ଗଣତନ୍ତ୍ର କି ମହାନ୍

ଗର୍ବ ରେ ଆଜି ମୁଁ କରୁଚି ସଲାମ

  ମେରା ଭାରତ ମହାନ୍।

ତଥାପି କାହିଁକି ଜାତି ପ୍ରେମ ବହ୍ନି

  ଜଳୁଅଛି ହୃଦୟ ରେ

ଗଣତନ୍ତ୍ର ଅର୍ଥ ଜାଣି ବୁଝି ମଧ୍ୟ

 ବେତନ୍ତ୍ର ସାଥିରେ ଚାଲେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational