Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

KRUTIBAS NAYAK

Classics Inspirational

3  

KRUTIBAS NAYAK

Classics Inspirational

ଗଣିତ ଜୀବନ

ଗଣିତ ଜୀବନ

1 min
241



ମଣିଷ ଜୀବନ ଗଣିତ ସମାନ ମିଶାଣ-ଫେଡ଼ାଣ ପାଠ,

ହରଣ-ଗୁଣନ ଯିଏ କରିପାରେ ସିଏ ହୁଏ ଭଲଚାଟ ।


ଜନମ ବେଳକୁ ଖାଲି ସିଲଟକୁ ଧରି ଆମେ ଆସିଥାଉ,

ଧଳାଖଡ଼ି ଖଣ୍ଡେ ପାଇଗଲେ ଥରେ ସିଲଟରେ ଲେଖିଦେଉ ।


ଛକି-ଶୂନ ଖେଳ ଶିଖି ହେଇଯାଏ ମିଶେ ଲୋଭ ମୋହ ମାୟା,

ସହଜ ମିଶାଣ ଭାରି ସୁଖ ଲାଗେ ବଢାଇ ଚାଲେ ତା' କାୟା ।


ପାଞ୍ଚ ବରଷରୁ ଫେଡ଼ାଣ ଆରମ୍ଭ ଗାଳି-ମାଡ଼ ବହିବୋଝ,

ସୁଖ ଧୀରେ ଧୀରେ ଫେଡ଼ି ହେଇଯାଏ ପିଠି ହେଇଯାଏ କୁଜ ।


ଯୁବା ବୟସରେ ଗୁଣନ ସହଜ ଗୁଣିହୁଏ ରୂପ-ଗୁଣ,

ଦୁଇ ଦୁନେ ଚାରି ପରିବାର ବଢେ ତନୁମନ ହୁଏଟାଣ ।


ବୟସ ବଢିଲେ ହରଣ ଶିଖନ୍ତି ହରିହରି ଯାଏ ଥକି,

କାହାଠାରୁ ନେଇ କାହାକୁ ସେ ଦେଇ ରହିଯାଏ ଶୂନ ବାକି ।


ହରଣରୁ ଶିଖେ ହରେଇବା କାମ ହରିଦେଇ ହୁଏ ଦୁଃଖୀ,

ଗୁରୁ ଚିତ୍ରଗୁପ୍ତ ମୁରୁକି ହସନ୍ତି ଆମ ସିଲଟକୁ ଦେଖି ।


Rate this content
Log in