Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajit Kumar Raut

Abstract

4  

Ajit Kumar Raut

Abstract

ଗଣେଶ ଚତୁର୍ଥୀ

ଗଣେଶ ଚତୁର୍ଥୀ

1 min
213



ବକ୍ରତୁଣ୍ଡଂ ମହାକାୟ

        ସୂର୍ଯ୍ୟ କୋଟି ସମପ୍ରଭ।

ନିର୍ବିଘ୍ନମ୍ କୁରମେ ଦେବ

        ସର୍ବ କାର୍ଯ୍ୟଷୋ ସର୍ବଦା ।


ଭାଦ୍ରବ ମାସର ଶୁକ୍ଳ ଚତୁର୍ଥୀରେ

        ଗଣେଶ ଦେବଙ୍କ ପୂଜା।

ବକ୍ରତୁଣ୍ଡଂ ଦେବ ବିଦ୍ୟାର ଭଣ୍ଡାର

         ସମ୍ପୂର୍ଣ୍ଣ ଦେଶରେ ପୂଜା ।


ଆଲୋକମାଳାରେ ମଣ୍ଡିତ ହୋଇଛି

         ଶିକ୍ଷା ଅନୁଷ୍ଠାନ ସବୁ।

ତୋରଣରେ ପୁଣି ସୁସଜ୍ଜିତ ତହିଁ

         ଦିଶେଟି ସୁନ୍ଦର ସବୁ ।


ଗାଆଁ ଗହଳିରେ ଆୟୋଜନ ପୁଣି

         ଲାଗିଛନ୍ତି ଛାତ୍ରଛାତ୍ରୀ ।

ଭକ୍ତି ମନେ ସର୍ବେ ଦେବଙ୍କର ପୂଜା

          କରିବେଟି ଛାତ୍ରଛାତ୍ରୀ ।


ଦେବଙ୍କ ପୂଜନେ ଆଗ ପୂଜା ତାଙ୍କ

          ବିଦ୍ୟାର ଭଣ୍ଡାର ସେହୁ ।

ଭକ୍ତି ଚିତେ କଲେ ପୂଜନ ତାଙ୍କର

          ନ ରଖନ୍ତି ଦୁଃଖ ସେହୁ ।


ବିଦ୍ୟାରେ ଭୂଷଣ କରନ୍ତି ସେ ଦେବ

          ସୁଖ ସମ୍ପନ୍ନରେ ଭରି ।

ମନବାଞ୍ଛା ସବୁ ପୂରଣ କରନ୍ତି

          ଜ୍ଞାନର ଭଣ୍ଡାର ଭରି ।


ଭକ୍ତଙ୍କର ଭକ୍ତି ଗଜାନନ ସେହୁ

         ଶିବଙ୍କ ଆଦର ପୁତ୍ର ।

ଜ୍ଞାନବାନ ସେହୁ ଅତି ହିଁ ଚତୁର

         ଶିବ ପାର୍ବତୀଙ୍କ ପୁତ୍ର ।


ସମ୍ପୂର୍ଣ୍ଣ ବିଶ୍ବକୁ ପିତୃମାତୃ ଭାବି

          ଭ୍ରମଣଟି ଚତୁରପାର୍ଶ୍ବୈ ।

ଉତ୍ତୀର୍ଣ୍ଣ ସେ ହେଲେ ପ୍ରତିଯୋଗିରେ

          ନାମ ରଖି ଗଲେ ବିଶ୍ବେ ।


ଦେଲେ ଆଶୀର୍ବାଦ ପୁତ୍ରଙ୍କୁ ତାଙ୍କର

          ପୂଜନ ଅଗ୍ରଣୀ ତାଙ୍କ ।

ସଫଳ ହୋଇବ ପୂଜା ଆୟୋଜନ

         ଆଗ ପୂଜା ହେବ ତାଙ୍କ ।


ବକ୍ରତୁଣ୍ଡଂ ମହାକାୟ

          ସୂର୍ଯ୍ୟ କୋଟି ସମପ୍ରଭ।

ନିର୍ବିଘ୍ନମ୍ କୁରମେ ଦେବ

          ସର୍ବ କାର୍ଯ୍ୟୋଷ ସର୍ବଦା ।



Rate this content
Log in

Similar oriya poem from Abstract