STORYMIRROR

Nrusingha Narayan Tripathy

Action Others

4  

Nrusingha Narayan Tripathy

Action Others

ଗଣ୍ଡଗୋଳ

ଗଣ୍ଡଗୋଳ

1 min
273


କଥା କଟାକଟି ଆଖି ମିଟି ମିଟି

ତେରେଛା ବାଙ୍କ ଚାହାଁଣି

ଦାନ୍ତ କଡ଼ ମଡ ବାଣୀ ବଡ ବଡ 

ଦେଖାଇ ନାନା ଫୁଟାଣି ll


ଭାଷା ବୋଲାବୋଲି ଦ୍ରୁତ ଚାଲି ଵୁଲି

ଉତ୍ତେଜନା ଭୟଙ୍କର

ରଡି ଘଡଘଡ଼ି କମ୍ପାଇ ମହୀ ଟି

କ୍ରୋଧେ ସର୍ବେ ଗର ଗର ll


ରହ ରହ ରହ ଦେଖିବୁ ତୁ ରହ

ବଉଁଶ ଉଜାଡି ଦେବି

ତୋର ସର୍ବ ନାଶ କରିବି ମୁଁ ଧ୍ବଂସ 

ନାଲି କୋଠା ଦେଖାଇବି ll


ଦେବି ଗୋଟେ ପିଟି ମୁଣ୍ଡ ଯିବ ଫାଟି

ପଡ଼ିବୁ ଦାନ୍ତ ନିକୁଟି

ତୋର ଜନ୍ମଦିନ  ପଡ଼ିଯିବ ମନ

କରିଦେବି ତୋତେ ମାଟି ll


ବଡ଼ିମା ଦେଖାନା କଥା ତୁ କହନା 

ଲଢ଼ିକି ଦେଖା ରସିକା

ତୋର ହାତ ଗୋଡ଼ ଭାଙ୍ଗିଦେବି ହାଡ଼ 

କୁକୁଡ଼ା ପରି ମୋଡ଼ିକା ll


ଲଗାଇଲୁ ନିଆଁ ହେବୁ ତୁ ଛାନିଆଁ

ପୁଅଟା ଯଦି ବାପାର 

ଲଗା ତୁ ହାତ ଟା ମୁଇଁଯେ ଷଣ୍ଢଟା

ଚକଟି ଦେବି ଶରୀର ll


ଧରି ଭୀମରୂପ ଭୈରବ ସଦୃଶ

ପରି ଯୁଦ୍ଧ କୁରୁ କ୍ଷେତ୍ର

ଭୀମ ଦୁଃଶାସନ କରନ ଅର୍ଜୁନ

ଏକ ଠୁ ଆନ ବୃହତ ll


ଧରି ଗଡ଼ାଗଡି ଘୋଷଡ଼ା ଘୋଷଡ଼ି

ହୋଇ କାମୁଡା କାମୁଡି

ମୁଥ ମରାମରି ଧରିକି ଖପୁରି

ହୋନ୍ତି ରାମ୍ପୁଡା ରାମ୍ପୁଡ଼ି ll


ଖଣ୍ଡିଆ ଖାବରା ହୋଇ ଦରମରା

ଥାନା ଫାଣ୍ଡି ଶେଷ ସ୍ଥଳ 

ଧରି କୁଜିନେତା ଦୁଃସହ୍ୟ ଅବସ୍ଥା

ଲାଞ୍ଚ ଗୁଞ୍ଜା ମାରି ତେଲ ll


କଥା ବୁଝାମଣା ନାମେଯେ ବାହାନା

ରାଜନୀତି ପ୍ରିୟାପ୍ରିତି

ନ୍ୟାୟ ଯେ ମିଳେନା ମିଳେ ପ୍ରତାରଣା

ଦୃଢ଼ ହୁଏ ଅନୁଭୂତି ll


କାନକୁ ଆଉଁସି କାନ୍ଦୁଥାଏ ବସି

ଶାଗୁଣା ବୈଦ୍ୟ ଶବର 

ହରାଇ ଇଜ୍ଜତ ଧରି ଗୋଡ଼ ହାତ

ପାଇଲି ଫଳ କଳିର ll


ଗଣ୍ଡଗୋଳ ଫଳ  କରିବ ଦୁର୍ବଳ

ଯନ୍ତ୍ରଣା ମିଳେ ଉଦାସେ 

ପଛେ ମାଡ଼ ଖାଇ ନୀରବ ରହିବି

ନ ଯିବି ଆଇନି ପାଶେ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action