STORYMIRROR

Samita Swain

Tragedy

3  

Samita Swain

Tragedy

ଗଣଭୋଗ୍ଯା ଗଣିକା

ଗଣଭୋଗ୍ଯା ଗଣିକା

1 min
307


କଳଙ୍କ କାଳିମା ମୋ ଦେହରେ ଲିପା

ଗଣଭୋଗ୍ଯା ମୁଁ ଗଣିକା

କାମୁକ ଜନଙ୍କ ତୋଷାଏ ମନକୁ 

ହୋଇକି ଉପଯାଚିକା।।....୧


ଝିଅମୁଁ କାହାର ପୁଣି ହିନ୍ଦୁନାରୀ

ନାରୀରୁ ହୋଇକି ଦାରୀ

ଦେହକୁ ବିକଇ କାମନା ନିଆଁରେ

ତନୁକୁ ଦହନ କରି।।....୨


ସମୟ ଭାଙ୍ଗିଲା ସପନକୁ ମୋର 

ଦାରିଦ୍ର୍ଯର ଉପହାସେ

ପରିଚୟ ଏବେ କୂଳଟା ହୋଇଲା

ପୂତିଗନ୍ଧ ପରିବେଶେ।।.....୩


ଉପଯାଚିକା ମୁଁ ଯୌବନ ଜୁଆରେ

ଚୋରା ପିରତୀ ର ଧାରେ

ଠିକଣା ହଜେଇ ନିଜକୁ ସଜେଇ 

ରଚେ ପ୍ରଣୟଭିସାରେ।।...୪


ଅଙ୍ଗେ ଅଙ୍ଗେ ମୋର ଭରା ଯଉବନ

ଖେଳେ କୁଆଁରୀ ତନୁରେ

ନିର୍ଜନ ରାତ୍ରିରେ ପ୍ରୀତି ମଧୁବାଣ୍ଟେ

ଧନୀମାନୀ ସୌଦାଗରେ।।.....୫


କାରୁଣ୍ଯ ରେ ଭରା ଏଇମୋ ଦୁନିଆ 

ବୟସର ଅପରାହ୍ନେ 

ନୁହେ ମୁଁ ଅଙ୍ଗନା କିନ୍ତୁ ବାରାଙ୍ଗନା 

ଜୀବନ ଶେଷ ସାୟାହ୍ନେ।।.....୬


ମନମୋ ପବିତ୍ର ନୁହେଁ କଳୁଷିତ 

ନଥାଏ ମାନ ମହତ

କାମୁକ ଜନଙ୍କ କାମନା ନିଆଁରେ

ଜଳୁଥାଇ ଅବିରତ।।.....୭


ଗଣଭୋଗ୍ଯା ଟିଏ ଗଣିକା ନାମରେ

ଲେଖା ହୋଇଛି ମୋ ନାମ

ଉପଭୋଗ୍ଯା ହୋଇ ଅଲୋଡା ଜୀବନେ

ଫିଙ୍ଗନ୍ତି ସରିଲେ କାମ।।......୮



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy