STORYMIRROR

ନାୟକ ଅକ୍ଷୟ ରାଜହସ୍ତୀ

Tragedy

3  

ନାୟକ ଅକ୍ଷୟ ରାଜହସ୍ତୀ

Tragedy

ଗଣ ଦୁଷ୍କର୍ମ

ଗଣ ଦୁଷ୍କର୍ମ

1 min
213

ଖୋଦ ଧବଳ ତଗରସହରରେ

ଦିନେ କି ଓଳିଏ ନୁହଁ, 

ଗଣି ଗଣି ଅନ୍ଧାରିଆ ବାଇଶି ଦିନ

କଲମର ବି ଆସେ ସରମ

କହିବାକୁ ଅନିଚ୍ଛୁକ ସେ କଥାଅନି ମରମ

ନ କହିଲେ ବି ଚାରା ନାହିଁ

କେତେ କାକୁତି ମିନତି ହେଇଥିବ

ଗୋଡ଼ ହାତ ଧରିଥିବ

ଛା.....ଡ଼ି.... ଦି....ଅ......ମୋତେ...l

ସ୍ୱର ଶୁଣି ଭୁଷୁଳିପଡିଥିବ ସପନର ଗୋପନ ଘର,

ଲୁଚିଯାଇ ଥିବ ମାଙ୍କଡ଼ିଆ ପୋକ,

ଛିଣ୍ଡି ପଡ଼ି ଥିବ ବୁଢିଆଣି ଜାଲ,

କାଠ ଯୋଡ଼ି ପବନ ବି ଅଟକି ଥିବ 

ସ୍କାଇ ଲାଇଟ /ଝରକା ପାଖରେ ,

କେବଳ ରୁନ୍ଧି ରୁନ୍ଧି ହେଉଥିବ ଶୁଖିଲା ମୁହୂର୍ତ୍ତ l

କିନ୍ତୁ ସେ ସବୁକୁ ବେଖାତିର କରି

ଆଖିର ତରାଜୁରେ ଖଣ୍ଡ ଖଣ୍ଡ ଖଣ୍ଡ କରି

ଦେହର ପଲ୍ଲାରେ ପକାଉଥିବେ 

ନାରୀ ମାଂସ ଲୋଭୀ ଗୁଡ଼ାକ,

ଛି...ଛି..

ପୁରୁଷତ୍ୱ ଦେଖାଉଛ

 ନିରିହା ଦୁର୍ବଳା ଉପରେ

ଯଦି ପାରୁଛ ସୀମାନ୍ତ ଘାଟିକୁ ଯାଅ

ଦେଖାଅ ନିଜ ପରିଚୟ

ଆଉ ଏଠି ଥୁ... ଥୁ...।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy