STORYMIRROR

Bijoy Jena

Inspirational

3  

Bijoy Jena

Inspirational

ଗଙ୍ଗଶିଉଳି

ଗଙ୍ଗଶିଉଳି

1 min
351

ଦିନଟିଏ ମାତ୍ର  ଆୟୁଷକୁ ଧରି

  ଆସିଅଛି ଧରାବାସେ

ରାତି ଶେଷେ ଯିବି  ବୃକ୍ଷରୁ ଝଡିଣ

   ଗଙ୍ଗଶିଉଳି ମୁଁ ଭାଷେ।


ଜୀବନଟା ମୋର  ଅଳପ ସମୟ

  ସେଥିପାଇଁ ହସେ ଖାଲି

ଦୁଃଖରେ ସଢ଼ିବା ପସନ୍ଦ କରେନା

   ନଚିନ୍ତେ ଆସନ୍ତାକାଲି।


ସଞ୍ଜୁଆ ଅନ୍ଧାର ଯେବେ ଆସେ ନଇଁ

  ଆକାଶରେ ଜହ୍ନ ତାରା

ଧଳା ନାଲି ଦୁଇ ରଙ୍ଗରେ ବାସଇ

  ମୋ ଟିକି ଦେହଟି ସାରା।


ଶୀତୁଆ ପବନ  ମନ ମତାଣିଆ

  ପାଗଳ ସଭିଙ୍କୁ କରି

ବାସ ଚହଟାଇ  ମନକୁ ଭୁଲାଇ

  ପର କରିଯାଏ ଫେରି।


ଦିନ ପରେ ଦିନ ରାତି ପରେ ରାତି

  ଆସେ ଯାଏ ନିତି ସାର

ପାଣି ଫୋଟକାକୁ ପଚାରି କି ଲାଭ

   ସବୁ କରନ୍ତି ଈଶ୍ୱର।


ଦେଖି ନାହିଁ କେବେ ସକାଳ ସୂରୁଜ

  ମୋ ଜୀଵନ ତାଙ୍କୁ ଦେଲି

ଗଙ୍ଗଶିଉଳି ମୁଁ  ସ୍ୱୀକାର କରୁଛି

  ବିଧିର ନିୟମ ବୋଲି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational