ଗଙ୍ଗା ଯେ ଦେଶେ ବହେ
ଗଙ୍ଗା ଯେ ଦେଶେ ବହେ
ଗଙ୍ଗା ଯେଦେଶରେ ବହେ ନିରନ୍ତରେ
ସେହି ମୋ ପବିତ୍ର ଭୂଇଁ
ଏଭଳି ଦେଶରେ ଜନମ ହେବାରେ
ଗଉରବ ଆମ ପାଇଁ ।
ଅନେକ ପ୍ରଦେଶ ଏହି ଆମ ଦେଶ
ଯାହାର ନାମ ଭାରତ
ନାନା ଜାତି ଧର୍ମ ଭିନ୍ନ ଭିନ୍ନ କର୍ମ
ଆମ ଦେଶେ ପ୍ରଚଳିତ ।
ଆମରି ଆଦର୍ଶ ଏ ଭାରତ ବର୍ଷ
ସାରା ଜଗତରେ ନାହିଁ ।
ଏ ମାଟିରୁ ଯାତ ବହେ ଅବିରତ
ଗଙ୍ଗା ଆଉ ଗୋଦାବରୀ
ଅମୃତ ସମାନ ଜଳ କରେ ଦାନ
କୃଷ୍ଣା,ନର୍ମଦା କାବେରୀ ।
ଛୋଟବଡ଼ ନଈ ଯାଏ କେତେ ବହି
ମାଆମାଟି ପାଦ ଧୋଇ ।
ମୁକୁଟ ଯାହାର ସବୁଠୁ ସୁନ୍ଦର
ହିମାଳୟ ପରବତ
ଯେତିକି ପବିତ୍ର ସେତିକି ବିଚିତ୍ର
ଆମ ସୁନାର ଭାରତ ।
ଦେଶର ସୁରକ୍ଷା ହେଉ ଆମ ଶିକ୍ଷା
ଏକତାରେ ଥିବା ରହି।
