STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଗଙ୍ଗା ଆରତି

ଗଙ୍ଗା ଆରତି

1 min
311

             ଗଙ୍ଗା ଆରତୀ
           ==========
ନମସ୍ତେ ଦେବୀ ସୁରେଶ୍ୱରୀ l
           ଧରା ଆସିଲୁ ଅବତରି ll
ନମସ୍ତେ ମାତ ଭଗବତୀ l
       ତିନି ପୁରରେ ତୋର ଗତି ll
ଭୀଷ୍ମ ଜନନୀ ନମସ୍ତୁତେ l
  ତୋତେ ଆଣିଲେ ଭଗୀରଥେ ll
ବିଷ୍ଣୁଙ୍କ ନଖ କୋଣେ ଥିଲୁ l
         ପାବନୀ ଧରାକୁ ଆସିଲୁ ll
ଜହ୍ନୁଙ୍କ ଜାନୁରୁ ମୁକତ l
     ଜାହ୍ନବୀ ସଂସାରେ ବିଖ୍ୟାତ ll
ନମସ୍ତେ ପତି ତପାବନୀ l
         ମା' ରଘୁକୁଳର ପାବନୀ ll
ଗଙ୍ଗେ ମା' ତ୍ରିପୁର ପ୍ଲାବିନୀ l
          ଶଙ୍କର ଜଟା ବିହାରିଣୀ ll
ତୋ ପୂତବାରି ସ୍ପର୍ଶ କରି l
        ଦୁରିତ ନ ରହଇ କାହାରି ll
ଗଙ୍ଗାଙ୍କ ନାମ ସୁମରଣ l
           ଅଶେଷ ପାତକ ଦହନ ll
ସୁର ଦିର୍ଘିକା ସୁର ନଦୀ l
         ବହୁ ମା' ତ୍ରିପୁରକୁ ଭେଦି ll
ଜୟ ଭାରତୀ ମାଆ ଗଙ୍ଗେ l
        ବହୁ ମା' ଉଚ୍ଛଳ ତରଙ୍ଗେ ll
ଆର୍ଯ୍ୟ ଜନନୀ ନମସ୍ତୁତେ l
    ହର ପାତକ ମୋର ଯେତେ ll
             🙏🙏🙏
                  ଅର୍ଜୁନୀ
                 -----------
ଅର୍ଜୁନୀ ଚରଣ ବେହେରା
ମୋ - 7693091971


Rate this content
Log in

Similar oriya poem from Inspirational