ଗ୍ଲୋବ
ଗ୍ଲୋବ
ଜୀବନର ରଙ୍ଗକୁ ନିଜର
ଗୋଲାର୍ଦ୍ଧ ମଧ୍ୟରେ ଧରି ରଖି
ମଣିଷ ଗ୍ଲୋବ ପରି ଘୂରେ।
କିଛି ରେଖା, ରଙ୍ଗ ମଧ୍ୟରେ
ରଙ୍ଗାୟିତ ଗ୍ଲୋବ ଯେମିତି ଢଳି ଢଳି
ସନ୍ତୁଳନ ରକ୍ଷା କରି ଘୂରି ଚାଲେ।
ଠିକ୍ ସେମିତି ମଣିଷ ଉତ୍ଥାନ-ପତନର ରଙ୍ଗରେ
ନିଜକୁ ସମୟର ପରିଧି ମଧ୍ୟରେ ଆୟତ୍ତ କରି
ଆଗକୁ ଆଗକୁ ପରିସ୍ଥିତି ସହ ଆଗେଇ ନିଏ।
