ଗଜଦନ୍ତ ନର
ଗଜଦନ୍ତ ନର
ହାତୀଦାନ୍ତ ସମ ନର
ରୂପ ଅଗ୍ରେ ଗୋଟେ ତାର ।
ପଛେ ଭିନ୍ନ ଏକ ତାର
ଅଟେ ଗଜ ଦନ୍ତ ନର ।।
ଆଗେ କହେ କଥା ମିଠା ।
ଖୁଆଏ ଚକୁଳି ପିଠା ।
ପଛେ ସିଏ ବିଷ ଅଠା
ବାହାର କରାଇ ସିଠା ।।
ତେଣୁ ହେ ବିଜ୍ଞ ସମାଜ
ମସ୍ତିଷ୍କ ରେ ଟିକେ ହେଜ ।
ରହି ଥାଅ ହୋଇ ସଜ
ଚିହ୍ନି ବାକୁ ନର ଗଜ ।।
