STORYMIRROR

Ambuja Mohanty

Inspirational

3  

Ambuja Mohanty

Inspirational

ଗୀତା ସାର

ଗୀତା ସାର

1 min
551

ମନରେ ମୋ ଅଛି ଅନେକ ପ୍ରଶ୍ନ

ଖୋଜେ ଉତ୍ତର ହୋଇଣ ମଗ୍ନ


ଚତୁର୍ଦ୍ଦିଗ ଯାଇଁ ମୁଁ ଯେ ଖୋଜିଲି,

ଉତ୍ତର ଗୀତାରେ ଆସି ପାଇଲି।।


ତେବେ କହୁଅଛି ଶୁଣ ସାର କଥା,

ଜୀବନେ କେବେ ହେବନି ବ୍ୟଥା।।


ପ୍ରଭୁ ଶ୍ରୀକୃଷ୍ଣଙ୍କ ଗୀତାର ବାଣୀ,

କହିଲେ ପାର୍ଥେ ମନବସ୍ଥା ଜାଣି।।


ସାତ ଯେ ହଜାର ବରଷ ପୂର୍ବେ,

ଏହି କଥା ଆସିଥିଲା ଜଗତ୍ରେ।।


ରବିବାର ଏକାଦଶୀ ତିଥିରେ,

କହିଥିଲେ ପ୍ରଭୁ କୁରୁ କ୍ଷେତ୍ରରେ।।


ପଞ୍ଚଚାଳିଶି ମିନିଟ୍ ମୁହୂର୍ତ୍ତ ସେ ନେଇ,

ସାତଶହ ଶ୍ଲୋକ ଅଠର ଅଧ୍ୟାୟ କହି।।


ଯେବେ ଅର୍ଜୁନ ଛାଡ଼ିଲେ ହସ୍ତୁ ଗାଣ୍ଡୀବ

କର୍ତ୍ତବ୍ୟ ପଥକୁ ଆଣିଲେ ପ୍ରଭୁ ମାଧବ ।।


ଜ୍ଞାନ ଭକ୍ତି କର୍ମ ସାଂଖ୍ୟ ଆଦି ପୁଣି ଯୋଗ

ଚାଲିଲେ ଅଧିକାରୀ ହେବହେ ପରମ ପଦ ।।


ସୂର୍ଯ୍ୟ ଦେବତା ପାଇଲେ ଗୀତାର ଜ୍ଞାନ

ଶୁଣିଲେ ଧୃତରାଷ୍ଟ୍ର ଓ ସଞ୍ଜୟ ମଧ୍ୟ ଜାଣ ।।


ଏହା ଅଟେ ମହାଭାରତ ଶାନ୍ତି ଯେ ପର୍ବ

ପାଇବ ଯଦି ତୁମ୍ଭେ ଖୋଜିବ ଉପନିଷଦ ।।


ଶ୍ରୀକୃଷ୍ଣ ଶରଣ ଯଦି ତୁମ୍ଭେ ସୁଖେ ନେବ

ଜୀବନେ ପ୍ରେମାନନ୍ଦ ଆତ୍ମଜ୍ଞାନ ଲଭିବ।।


ପ୍ରେମ ସ୍ନେହ ସୁଖ ଆନନ୍ଦ ପୁଣି ଆତ୍ମା ପାଇବ

ରାଧା କୃଷ୍ଣଙ୍କ ନାମ ଧରି ଜୀବନ ଯିଏ ବଞ୍ଚିବ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational