ଗୀତ ଅଗୀତ ର ବେଦନା
ଗୀତ ଅଗୀତ ର ବେଦନା
ଶୁଣ ହେ ମୁହଁବହି ଭଉଣୀ ଭାଇ
ଶୁଣ ଶୁଣ ମନ ହୃଦୟ ଦେଇ
ଯିଏ ନିଜ ଦୁଃଖ ପ୍ରକାଶିବା ପାଇଁ
କିଛି କହି କିଛି ଯାଏ ଗାଇ
ସିଏ ହୁଏ ଏଜୀବନେ ଗୀତ
ଯିଏ ନିଜ ଦୁଃଖ କରେନି ପ୍ରକାଶ
ସିଏ ରହିଯାଏ ହୋଇ ଅଗୀତ ।
ଏଠି ,
ନଦୀ ବହିଯାଏ କୁଳୁକୁଳୁ ହୋଇ
ସବୁ ତାର ପ୍ରତାରଣା କଥା ନେଇ
ଏଇ ପଥର ମାଟିରେ
ଆଉ ବାଲିର ଶେଯରେ
ନିଜ ଦୁଃଖ ନୀତି କହି କହି ।
ଏଠି ,
ଗୋଲାପ ଫୁଟଇ ଚଞ୍ଚଳତା ହୋଇ
ଥଣ୍ଡା ସମୀରଣ ଛୁଆଁ ପାଇ
କିଏ ମାରେ ତାକୁ ଟେକାଟି ଧରି ତ
କେହି କେହି ତାକୁ ନିଅନ୍ତି ଚିଡ଼େଇ
କଷ୍ଟ ହୋଇଥାଏ ନିଜକୁ ବହୁତ
ହେଲେ କହିନଥାଏ ସେ ଜମା ପାରି ।
ଏଠି ,
କୋଇଲି କହେ ନିଜ ହୃଦୟର ଭାବ
ମଧୁର କୁହୁ କୁହୁ ତାନ ନେଇ
ତାର ସୁନ୍ଦରତା ସୂର ଦେଇ
ସାଙ୍ଗ କାକ ର ମୁଖକୁ ଚାହିଁ ।
ଏଣେ ,
କର୍କସ ସୂର କୁ ନିଜ ମନେ ରଖି
କାକ ରହିଥାଏ ଚାହିଁ
ନିଜ ମନ କଥା ପ୍ରକାଶକ ପାଇଁ
ଖାଲି ମନେ ସେ ବିଚାରୁ ଥାଇ
କହିବ ବୋଲି ସେ ନିଜ ଦୁଃଖ କଥା
ଅଳ୍ପେ ଆଗକୁ ଆସଇ ଧାଇଁ
ହେଲେ ସାହସ କରି ନପାରଇ ।
ଏପଟେ ,
ପ୍ରେମିକ ଗାଉଛି ସବୁବେଳେ ଆସି
ଚନ୍ଦନ, ମଧୁର ନିମବନେ
ନିଜ ହିଆ କଷ୍ଟ ସହି ନପାରି ସେ
ଗାଇ ଚାଲେ ଗୀତ ହୃଦୟର ତାନେ ।
ଏଣେ ,
ଯେତେ ଦୁରେ ଥିଲେବି ତାର ପ୍ରେମିକା
ଥରେ ଉଠାଇ ଦେଖେ ଥରି ଆଖି ଝରକା
ହୃଦ ଉଠେ ତାର ବ୍ୟାକୁଳିତ ହୋଇ
ଲୁଚି ଚାଲି ଆସେ କଦମ୍ବର ଗଛ ଦେଇ ।
ଡରି ଡରି ଶୁଣେ ଆନନ୍ଦ ମନରେ
ନିମ୍ନ ନିମ ଗଛ ପଛେ ରହି ।
ଏବେ ,
ଚାହୁଁଥାଏ ସିଏ ସୁରରେ ମିଶାଇ
ନିଜ ଦୁଃଖ-କଷ୍ଟକୁ ଗାଇବା ପାଇଁ
ଭାବି-ଭାବି ସିଏ ଶୁଣି ରହେ ସିନା
ହେଲେ ସାହାସରେ ଗୀତ ନପାରେ ଗାଇ ।
ଏଇ ,
ଭାଇ ଗୀତ ଅଗୀତ ବେଦନା
ଗୀତ ହୁଅନ୍ତି ଏଠି
ନଦୀ, କୋଇଲି ଓ ପ୍ରେମିକ
ଆଉ ଅଗୀତ ହୁଅନ୍ତି
ଗୋଲାପ, ପ୍ରେମିକା ଓ କାକ
ଭାଇ ,
କିଏ ଖେଳେ ଏଠି ଛଳନା ଖେଳ ତ
କିଏ ଖେଳେ ପ୍ରେମ ଖେଳ
ଖେଳି ଖେଳି ଯିଏ ନିଜ ଦୁଃଖ କହେ
ସିଏ ହୋଇଯାଏ ଏଠି ଗୀତ
ଯିଏ ନିଜ ଦୁଃଖ କରେନି ପ୍ରକାଶ
ସିଏ ରହିଯାଏ ହୋଇ ଅଗୀତ ।