STORYMIRROR

Ajit Kumar Raut

Inspirational

4  

Ajit Kumar Raut

Inspirational

ଘୁଞ୍ଚୁଅଛି ଅଦୃଶ୍ୟ ରୋଗ

ଘୁଞ୍ଚୁଅଛି ଅଦୃଶ୍ୟ ରୋଗ

1 min
234


ଜଗନ୍ନାଥ କୃପା ପଡ଼ିଲାଟି ଏବେ

ଭକ୍ତଙ୍କ ଭକ୍ତିର ଡାକେ

ଘୁଞ୍ଚୁ ଅଛି ଏବେ ଅଦୃଶ୍ୟ ରୋଗଟି

ନିସ୍ବାର୍ଥ ଭକ୍ତିର ଡାକେ ।


ବଡ଼ଦେଉଳରୁ ଗୁହାରି ଶୁଣିଲେ

ଦୀର୍ଘ ଦିନ ପରେ ଏବେ

ନୀରୋଗର ଦୃଶ୍ୟ ପ୍ରକାଶିତ ହେଲା

ସତେକି ଦେଶରେ ଏବେ ।


ହାହାକାର ରାବ ଘୁଞ୍ଚି ଗଲା ଦେଶୁ

ରୋଦନର ରାବ ନାହିଁ

ଉନ୍ନତିର ପଥ ପ୍ରଦର୍ଶିତ ହୁଏ

ଚିନ୍ତାର କାରଣ ନାହିଁ ।


ଆଗାମୀ ସମସ୍ୟା ସମାଧାନ ପାଇଁ

ସମର୍ପିତ ଦେଶ ଆଜି

ତା ସଙ୍ଗେ ପଡ଼ିଛି ପ୍ରଭୁ ଆଶିର୍ବାଦ

ନୂଆ କଳେବର ଆଜି ।


ସୁରକ୍ଷିତ ହୋଇ କାର୍ଯ୍ୟ କରୁଥିବା

ତିନି ମନ୍ତ୍ର ହେବ ପ୍ରାଣେ

ମାସ୍କ ପିନ୍ଧିବା ହିଁ ଦୂରତା ରଖିବା

ଆବଶ୍ୟକ ହେଲା ପ୍ରାଣେ ।


କରୋନା ଟିକାର ପ୍ରୟୋଜନ ଅତି

ଟିକା ଲଗେଇବା ସର୍ବେ

ଟିକା ହୋଇ ଅଛି ମୃତ୍ୟୁ ସଞ୍ଜିବନୀ

ଗ୍ରହଣ କରିବା ସର୍ବେ ।


ଜଗନ୍ନାଥ ନାମ ସର୍ବଦା ଗାଇବା

ପ୍ରାଣେ ଅଳଙ୍କାର ସେହୁ

ତାଙ୍କ ବିନୁ ଗତି ନମିଳେ କାହାରେ

ପ୍ରଭୁ ଅର୍ନ୍ତଯ୍ୟାମୀ ସେହୁ ।


ଦୁର୍ଗମ ପଥକୁ ସୁଗମ କରନ୍ତି

ଦୟାନିଧି ଜଗନ୍ନାଥ

ଯାହା କିଛି ହୁଏ ତାଙ୍କରି ଈଙ୍ଗୀତେ

ଜଗତର ସେହୁ ନାଥ ।


ଦୁଃଖ ପରେ ଆସେ ସୁଖଦ ସମୟ

ପ୍ରଭୁଙ୍କ ଭିଆଣ ଏହୁ

ବିଚଳିତ ନୋହୁଁ ଜୀବନ ଆମର

ପ୍ରଭୁ ପଦେ ଭକ୍ତି ରହୁ ।


ଜଗନ୍ନାଥ କୃପା ପଡ଼ିଲା ଟି ଏବେ

ଭକ୍ତଙ୍କ ଭକ୍ତିର ଡାକେ

ଘୁଞ୍ଚୁ ଅଛି ଏବେ ଅଦୃଶ୍ୟ ରୋଗଟି

ନିସ୍ବାର୍ଥ ଭକ୍ତିର ଡାକେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational