STORYMIRROR

Chittaranjan Nanda

Romance Inspirational Others

3  

Chittaranjan Nanda

Romance Inspirational Others

ଘରୋଇ ହିଂସାକୁ ଦୂରେଇବା

ଘରୋଇ ହିଂସାକୁ ଦୂରେଇବା

1 min
135


ହୋଇ ବାହା, ବୋହୁ ସାଜି ନୂଆ କରି 

ଯୋଡିଥାଅ ସ୍ୱାମୀ ସହ ମନକୁ ମନ

ସ୍ବାମୀକୁ ଭାବୁ ଥାଅ ସଦା ସର୍ବଦା ତୁମର 

ଗୋଟା ପଣେ ପରା ଜୀବନ ଧନ ।


ସିନ୍ଦୁର ଉପରେ ସିନ୍ଦୁର ନାଇଲେ କେତେ 

ସୁନ୍ଦର ଦିଶେ ତ ସିନ୍ଥି ତୁମର

ତୁମର ସତୀତ୍ବ, ସୁନ୍ଦର ବ୍ୟକ୍ତିତ୍ବ ସବୁବେଳେ 

ସୁନ୍ଦର ପ୍ରତୀକ ନାରୀ ଜାତିର ।


ହେ ନାରୀ, ତୁମର ଶୋଭା ଅଟେ ତ ଅପୂର୍ବ 

ସୌନ୍ଦର୍ଯ୍ୟମୟୀ 

ତୁମର ପ୍ରେମର ଜୁଆରରେ ହୃଦୟରୁ ଦୁଃଖ 

ତ ଯାଏ ଉଭାଇ ।


ସ୍ବାମୀ ଛୁଆମାନେ ଭୋକିଲା ଶୋଷିଲା କାଳେ 

ଥିବେ ମନରେ ଢାଳି 

ହେ ସୀମନ୍ତିନୀ ସାଜିକି ଜନନୀ ରୁହ ସଦା ପରା

ପ୍ରତୀକ୍ଷାର ଦୀପ ଜାଳି ।


ହେ ସୀମନ୍ତିନୀ ସାଜିକି ତୁମେ ପ୍ରେମିକା 

ଯେବେ ଆସ ଇନ୍ଦ୍ରଧନୁ ସୁନ୍ଦରୀ 

ପ୍ରେମିକ ସ୍ବାମୀର ମନ ଉଠେ କୁରୁଳି, 

ପ୍ରେମରେ ଲୋଟି ଯାଅ ଧନୁ ପରି ।


ହେ ପୁରୁଷ ସମାଜ ସମସ୍ତ ନାରୀ ମାନଙ୍କୁ 

ତେଣୁ ଯଥେଷ୍ଟ ସମ୍ମାନ ଦେଖାଇବା

ଘର ଭିତରେ ରହିଥିବା ସମସ୍ତ ଘରୋଇ 

ହିଂସା ଓ ବ୍ୟଥା କୁ ଦୂରେଇ ଦବା ।



Rate this content
Log in

Similar oriya poem from Romance