STORYMIRROR

Niranjan Sahu

Inspirational

3  

Niranjan Sahu

Inspirational

ଘୃଣା କରିବାର ନାହିଁ

ଘୃଣା କରିବାର ନାହିଁ

1 min
295

ମଦୁଆ ମାନଙ୍କ କି କଥା କହିବି   

କାହାକୁ ଡ଼ରିବେ ନାହିଁ

ମଦୁଆ ମାନଙ୍କ କି କଥା କହିବି

କଥାରେ ହାରିବେ ନାହିଁ,


ଯେତେ ରେଟ ହେଉ ମଦ ବୋତଲ

ଯାଏ ଆସେ କିଛି ନାହିଁ

ସୁନା ବନ୍ଧା କରି ପିଇଦେବେ ସିନା

ମଦ ଛାଡିବେ ନାହିଁ,


ଯେଉଁଠାରେ ଖୋଲ ମଦ ଦୋକାନ

କିଛି କହିବାର ନାହିଁ

ମଦ ଟିକେ ପାଇଁ ସିନ୍ଧୁ ପାର ହେବେ

ଚାଲିଯିବେ ଧାଇଁ ଧାଇଁ,,


ଲୋଡାନାହିଁ ଘର ଲୋଡ଼ା ନାହିଁ ଦ୍ୱାର

ଯେଉଁଠି ଚାହିଁଲେ ଶୋଇବେ

ଧନ ଲୋଡ଼ା ନାହିଁ ମାନ ଲୋଡ଼ା ନାହିଁ

ମଦ ରେ ହିଁ ଶାନ୍ତି ପାଇବେ,


ସରକାରଙ୍କୁ ଚଲାନ୍ତି ସେମାନେ

ଅଧିକ ରାଜସ୍ୱ ଦେଇ

ପୁରସ୍କୃତ ପୁଣି ସରକାର କରନ୍ତି

ଯିଏ ବେଶି ମଦବିକୁଥାଇ,


ମଦୁଆ ବି ଜଣେ ଭଲ ନାଗରିକ

ଆମରି ରାଜ୍ୟ ପାଇଁ

ରାଜସ୍ୱ ଦେଉଛି ରାଜ୍ୟ ଚଳାଉଛି

ଘୃଣା କରିବାର ନାହିଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational