STORYMIRROR

Rabindra kumar Sahoo

Abstract Action

4  

Rabindra kumar Sahoo

Abstract Action

ଘୃଣା କରେ ମୁଁ

ଘୃଣା କରେ ମୁଁ

1 min
163

ଟାଉଟରଙ୍କୁ

ଟାଉଟରୀକୁ

ଦଲାଲଙ୍କୁ

ଦଲାଲିକୁ

କଳାବଜାରୀଙ୍କୁ

କଳାବଜାରକୁ

ଅତ୍ୟାଚାରୀଙ୍କୁ

ଅତ୍ୟାଚାରକୁ

ହତ୍ୟାକାରୀଙ୍କୁ

ହତ୍ୟାକାଣ୍ଡକୁ

ଘୃଣା କରେ ମୁଁ ।

ପୁଞ୍ଜିବାଦକୁ

ପୁଞ୍ଜିବାଦୀଙ୍କୁ

ସାମ୍ରାଜ୍ୟବାଦକୁ

ସାମ୍ରାଜ୍ୟବାଦୀଙ୍କୁ

ମନୁବାଦକୁ

ମନୁବାଦୀଙ୍କୁ

ସମ୍ଭ୍ରାନ୍ତବାଦକୁ

ସମ୍ଭ୍ରାନ୍ତବାଦୀଙ୍କୁ

ଘୃଣା କରେ ମୁଁ ।

ଜାତିବାଦକୁ

ଜାତିପ୍ରଥାକୁ

ଜାତି ବାଦୀଙ୍କୁ

ସାମ୍ପ୍ରଦାୟିକତାବାଦକୁ

ସମ୍ପ୍ରଦାୟ ବାଦୀଙ୍କୁ

ବ୍ୟକ୍ତିବାଦକୁ

ବ୍ୟକ୍ତିବାଦୀଙ୍କୁ

ଶୋଷଣକୁ

ଶୋଷଣକାରୀଙ୍କୁ 

ଘୃଣା କରେ ମୁଁ ।

ଦେଶ ବିକ୍ରିକୁ

ଦେଶ ବିକ୍ରେତାଙ୍କୁ

ଦେଶ ଦ୍ରୋହକୁ

ଦେଶ ଦ୍ରୋହୀଙ୍କୁ

ଶ୍ରେଣୀ ବାଦକୁ

ଶ୍ରେଣୀବାଦୀଙ୍କୁ

ସଘୃଣା କରେ ମୁଁ ।

ଅନ୍ୟାୟ, ଅନୀତି, 

ଦୁର୍ନୀତିକାରୀଙ୍କୁ

ଅନ୍ୟାୟ, ଅନୀତି

ଦୁର୍ନୀତିଯୁକ୍ତ ବିଚାରଧାରାକୁ

ଧର୍ମ ନାମଧାରୀ

ଶୋଷଣକାରୀ

ପାଖଣ୍ଡିମାନଙ୍କୁ

ଦେଶ, ସମାଜ ବିନାଶକାରୀ,

ବିଧ୍ଵଂସକାରୀ ମଣିଷମାନଙ୍କୁ

ଘୃଣା କରେ ମୁଁ ।

ଶିକ୍ଷା, ସ୍ଵାସ୍ଥ୍ୟ, ଧର୍ମ ଓ

ଧର୍ମୀୟ ଭାବନାକୁ ନେଇ

ରାଜନୀତି କରୁଥିବା

ମଣିଷମାନଙ୍କୁ

ଅନ୍ଧବିଶ୍ୱାସ ସୃଷ୍ଟିକାରୀ

ଗଣତନ୍ତ୍ରର ହତ୍ୟାକାରୀ

ସମାଜବାଦର ବିରୋଧକାରୀ

ସାମ୍ୟବାଦର 

ଭୂଲୁଣ୍ଠନ କାରୀମାନଙ୍କୁ

ଘୃଣା କରେ ମୁଁ ।

ଲୁଟିଖିଆ, ତଣ୍ଟିକଟା

ପରିବେଶ ଧ୍ଵଂସକାରୀ

ସାମାଜିକ, ରାଜନୈତିକ,

ଅର୍ଥନୈତିକ ବ୍ୟବସ୍ଥାକୁ

କ୍ଷତି ପହଞ୍ଚାଊଥିବା

ବ୍ୟକ୍ତି ବିଶେଷଙ୍କୁ

ସ୍ଵାର୍ଥପର, ପର ଅମଙ୍ଗଳକାରୀ,

ବିଶ୍ଵାସଘାତକ, 

ସମାଜରେ ଆତଙ୍କ ରଚାଉଥିବା

ବ୍ୟକ୍ତି ବିଶେଷ ତଥା ଏପରି

ବିଷ ବୃକ୍ଷ ମାନଙ୍କୁ

ଘୃଣା କରେ ମୁଁ ।

ହିଂସା, ଦ୍ଵେଷ,

ଅଶାନ୍ତ ପରିବେଶ ସୃଷ୍ଟିକାରୀ

ବିଶ୍ଵ ଧ୍ଵଂସକାରୀ

ଯୁଦ୍ଧରେ ବିଶ୍ଵାସ ରଖୂଥିବା

ମଣିଷମାନଙ୍କୁ

ଦ୍ଵନ୍ଦ୍ଵରୁ ଫାଇଦା ଉଠାଊଥିବା

ମାନବ ରୂପୀ ହିଂସ୍ର ପଶୁ ମାନଙ୍କୁ

ଘୃଣା କରେ ମୁଁ ।



Rate this content
Log in

Similar oriya poem from Abstract