STORYMIRROR

Prafulla Chandra Mishra

Inspirational

4  

Prafulla Chandra Mishra

Inspirational

ଘର

ଘର

1 min
296

               

ସେଘର ଦିଶେସୁନ୍ଦର ସ୍ନେହଭାବ ପରଷ୍ପର

ଅତିଥି ଓ ଅଭ୍ୟାଗତ ଆତଯାତ ନିରନ୍ତର

ଯୋଗୀ, ଭିକାରି ଏ ରିକ୍ତହସ୍ତେ ନଫେରନ୍ତି ଯାର

ଗହ ଗହ ଲାଗେ ନିତ୍ୟ ଝରଇ ଅମୀୟ ଝର  

ସେହିଘର ଲାଗେ ସତେ ଯେପରି ଦେବମନ୍ଦିର ।।


ଯେ ଘରେ ସାଧୁ, ସନ୍ୟାସୀ ନିତି ପୁଜା ପାଉଥାନ୍ତି

ଯେଉଁ ଘରେ ଗୁରୁଜନ ସମାଦରେ ରହିଥାନ୍ତି

ପାଖ, ପଡୋଶୀ ସହିତ ସଦଭାବ ରଖିଥାନ୍ତି

ସମାଜେ ସେଘର ସଦା ପାଏ ସବୁରି ଆଦର

ଦିଶଇ ସେଘର ଆହା ସତେ ବା ଅଳକା ପୁର ।।


ଯେଉଁ ଘରେ ସସମ୍ମାନେ ଦିନ କାଟନ୍ତି କାମିନୀ

ଗୁରୁତ୍ତ୍ୱପୂର୍ଣ୍ଣ ଦାୟିତ୍ଵ ତୁଲାଏ ଯେ ଘରେ ଗୃହିଣୀ

ନିଜ ପର ଭୁଲିଯାଇ ଭାବେ ଯେସନେ ଜନନୀ 

ମନୁପୋଛି ଆବିଳତା କହେ ବଚନ ମଧୂର

ସବୁଠି ଆଦୃତ ହୁଏ ସେହି ଘର ପରିବାର ।।


ଘରବୋଲି ଯାକୁ କହି ତାହାର ମୁରବୀ ଥାଇ

ଘର,ପାଖ ପଡୋଶୀର ସଭିଙ୍କ ଦୁଃଖ ବୁଝଇ

ସୁଖରେ,ଦୁଖରେ ସଦା ସମଭାବାପନ୍ନ ହୋଇ

କାଳ କାଟେ ଯେଉଁ ନର ତାଘର ଦିଶେ ସୁନ୍ଦର

ଲକ୍ଷ୍ମୀ, ନାରାୟଣ ନିତ୍ୟେ କରନ୍ତି ତହିଁ ବିହାର ।।


ଗୋ ପୁଜନେ ଥିବ ବ୍ରତୀ ଗୃହସ୍ଥାଶ୍ରମ ପଦ୍ଧତି

ନିରନ୍ତର ଭାବ ଭକ୍ତି ଦେବତା ବ୍ରାହ୍ମଣ ପ୍ରତି

ଯେଉଁଘରେ ଥିବ ପ୍ରେମ ନିଷ୍ଠାପର ବନ୍ଧୁପ୍ରୀତି

ତାହାକୁ କହିବ ଘର ଅମୃତ ମୟ‌ ସଂସାର

ସେଘର ଲାଗଇ ସତେ ଅବା ବଇକୁଣ୍ଠ ପୁର ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational