ଘର
ଘର
କାହିଁ ଅନାଦି କାଳରୁ ତୋର ଜନମ
ଘର ବୋଲି ଆମେ ସବୁ ଦେଇଛୁ ନାମ।
ତୋର ବିନା ଆମ ସ୍ଥିତି, ନାହିଁ ତ ଗତି
ଦିନସାରା ବୁଲୁ, ଫେରୁ ହୋଇଲେ ରାତି।
ଭରିଅଛି ତ ପାଖରେ କେତେ ଶକତି
ତୋର ବିନା, ସାହାଯ୍ୟରେ ନାହିଁ ମୁକତି।
ପରିବାର ଜନେ ସବୁ ରହୁ ଏକାଠି
ପରମ୍ପରା ଚାଲିଅଛି ଏମିତି ଏଠି।
ସ୍ନେହ, ଶ୍ରଦ୍ଧା, ସେବା, ମୋହ, ମାୟା ମମତା
ମିଶିଲେ ହୁଅଇ ପରିବାର ଏକତା।
ଘର ନଥିଲେ ତ ଜାଣ ପର ସେ ପ୍ରାଣୀ
ନାହିଁ ଯା'ର ଘର ହୁଏ ,ତା ହୃଦ ହାଣି।
ଘର ବିନା ରହିଛି ଯେ, ସେ ପ୍ରାଣୀ ପଶୁ
ଦୁଃଖ ରେ, ସୁଖରେ ଆମେ ଏ ଘରେ ହସୁ।
କହିଛନ୍ତି ଘର ଅଟେ ବୈକୁଣ୍ଠ ସମ
ହସ, ଖୁସିରେ ବିତଇ ଦିନଟି ଆମ।
ସରଗ ସମାନ ଅଟେ ଏ ଆମ ଘର
ବାପା, ବୋଉ, ଭାଇ ରହେ ସାଥିରେ ମୋର।
ଏଇ ଘରେ ଥିଲେ ଭୁଲିଯାଏ ମୁଁ କଷ୍ଟ
ଶିଖାଇଥାଏ ହେବାକୁ ମୁଁ ଶାନ୍ତ, ଶିଷ୍ଟ।
ଏହି ଘର ପାଇଁ ମୁହିଁ ପାଏ ଜୀବନ
ଘର ବିନା ଲାଗେ ନାହିଁ ମୋର ଏ ମନ।
ଘର ବ୍ୟତୀତ ନ ରହୁ ଏଠି କେ ଜନ
ନ ରହୁ ଏମିତି କିଏ ହେ ଭଗବାନ।