STORYMIRROR

ARUN MAHAPATRA

Tragedy

3  

ARUN MAHAPATRA

Tragedy

ଘର

ଘର

1 min
178

ସହରର ସୌନ୍ଦର୍ଯ୍ୟ ତ ବଢିଗଲା,

କିନ୍ତୁ ଭାଙ୍ଗିଗଲା 

ରାସ୍ତାକଡର ସେ ଝୁମ୍ପୁଡି ଘରଟି ,

କାହିଁ କେଉଁଦିନୁ ରହୁଥିଲା ସେଠି

ମୁଢି/ଚଣା ବିକୁଥିବା ବୁଢୀଟିଏ                                                      ଜାବୁଡି ତା ଭିଟାମାଟି।

 

ରାସ୍ତାକଡ ଗଛ ସବୁ

କଟିଗଲା ରାସ୍ତାର ପ୍ରଶସ୍ତିକରଣେ ,

ଥିଲା ସେଠି କେତେ ପକ୍ଷୀ ନୀଡ

ବର୍ଷ ବର୍ଷ ଧରି ଲଗାତାର 

କେତେ ପକ୍ଷୀ ନିଅନ୍ତି ଆଶରା।

 

ଘରଟିଏ କରିବା ଯେ କେତେ କଷ୍ଟକର

ସେ ହିଁ ଜାଣିଛି

ଯେ ଭାବିଛି ବା କରିଛି                                                       ସ୍ଥାନାନ୍ତର ବାସସ୍ଥାନ ବାରମ୍ବାର।

 

କେତେବେଳେ କଷ୍ଟ ହୁଏ 

ପାଇବାରେ ,ପଡୋଶୀଟିଏତ 

ବେଳେବେଳେ

ମିସ୍ତ୍ରୀ ମଜୁରିଆଙ୍କ ସହ

କିଚିମିଚି ଯୁଝିବାର କଷ୍ଟ ।

 

ହାଇମାରି ଭାବେ

କେତେ କଷ୍ଟ ସତେ 

ଗଢିବାରେ ନୀଡଟିଏ ?

 

ତା ଠାରୁ ଅଧିକ କଷଣ ନିଶ୍ଚୟ,

ଆଖି ଆଗେ ଦେଖି ନିଜ 

ସପନର ଉଜୁଡା ଘରକୁ ।

 

କିନ୍ତୁ ଯିଏ ଭୋଗିନି ଏ ଦୁଃଖ !!!

ବୁଝିବ ବା କାହୁଁ ସିଏ

ଭିଟାମାଟି ଛାଡିବାର କଷ୍ଟ ?



Rate this content
Log in

Similar oriya poem from Tragedy