STORYMIRROR

Ranjan Kumar Brahma

Abstract

3  

Ranjan Kumar Brahma

Abstract

ଘର ନୁହେଁ ହୃଦୟ

ଘର ନୁହେଁ ହୃଦୟ

1 min
235


ନଡା ବାଉଁଶର ଘର

ଅବା ଲୁହା ସିମେଣ୍ଟର,

ନିଜ ଶକ୍ତିକୁ ନେଇ ସଭିଏଁ ତୋଳନ୍ତି ।

ହେଲେ ଘୋର ଲାଗେ

ଯେବେ ସେଠି ଶାନ୍ତି

ବୁଝାମଣା ବିଶ୍ୱାସ ସହ

ଅଭାବ ରହେ

ପରସ୍ପର ପ୍ରେମ ମାନ ସନମାନ ।।୧।।


ଆଜି ଘର ସଭିଙ୍କ

କକ୍ଷ ଗଣି ଗଣି ଚାରିରୁ ପାଞ୍ଚଟି

ଅତିଥି ରୋଷେଇ ଶୟନ

ପାଇଖାନା ସହ ଷ୍ଟୋରଟି ।

ପୁଟି ଡିଷ୍ଟେମ୍ପର ରେ ଚକାଚକ୍

ସବୁକୁ ସବୁ ଥାଇ ସୁଦ୍ଧା

କେହି ଜଣେ ନିଜ ଲୋକ

ଅବା ବନ୍ଧୁ ବାନ୍ଧବ ଆସିଲେ

ସବୁ କକ୍ଷ ଛୋଟ ପଡେ

ମନ ଇନ୍ଦ୍ରଧନୁ ପରି ସହସା ଝଲସି

ଳିଭି ଲିଭି ଯାଏ ରହଣି କାଳ ବଢ଼ିଗଲେ ।।୨।।


ତାହାଠୁ ଭଲ ଫୁଟ୍ ପାତ

ନା ଅଛି ଘର ପଟା

ନା ଅଛି ବୁକୁ ଫଟା ।

ଅଛି ଜୀବନ ନାହିଁ ଘର

ଅଛି ହୃଦୟ ନାହିଁ ଅଭିମାନ

ହୃଦୟ ଘର ଦୁହେଁ ଖୋଲା ।।୩।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract