STORYMIRROR

LALIT MOHAN DASH

Abstract Inspirational

4  

LALIT MOHAN DASH

Abstract Inspirational

ଘର ମୋର ସ୍ୱର୍ଗ ଠୁ ବଡ଼

ଘର ମୋର ସ୍ୱର୍ଗ ଠୁ ବଡ଼

1 min
251



ସ୍ବାର୍ଥ ତ୍ୟାଗେ ଯହିଁ ଗଢା ଜୀବନ,

ସୁଖ ଦୁଃଖ ସବୁ ଅଟେ ସମାନ,

ହଜାଇବା ମଧ୍ୟେ ପାଇବା ଥାଏ,

ମମତା ଡୋରିରେ ବନ୍ଧା ସଭିଏଁ ,

   ନଥାଏ ଆପଣା ପର

ଭୁବର୍ଲୋକ ଠାରୁ ଅଧିକ ସୁନ୍ଦର

   ଏହି ଆମ ପରିବାର ।


ହିସାବ ନିକାଶ ନଥାଏ ସେଠି,

ଭାଇ ଭଉଣୀଙ୍କ ଅମୋଘ ପ୍ରୀତି,

କାୟା ସଙ୍ଗେ ଛାୟା ପରି ଥାଆନ୍ତି,

ହସ ଓ ଲୁହର ସାଥୀ ଅଟନ୍ତି ,

    ଘରଟି ମୋର ମନ୍ଦିର

ଶ୍ରଦ୍ଧା ଓ ଭକ୍ତି ର ଭାବନାରେ ବନ୍ଧା

   ଏହି ଆମ ପରିବାର ।


ମାଆର ଗାଳି ଅଗୁରୁ ଚନ୍ଦନ,

ପିତାଙ୍କ ଆକଟ ଓଁ କାର ସ୍ବନ ,

ଜେଜେଙ୍କର ଡାକ ଶଙ୍ଖର ଧ୍ବନି,

ଆଶିଷର ଛାୟା ବୁଢୀମା' କାନି,

   ଜେଜେ ସୂର୍ଯ୍ୟ ଆକାଶର

ଆମେ ସବୁ ଗ୍ରହ ସୌର ମଣ୍ଡଳର

  ଏହି ଆମ ପରିବାର ।

  ଘର ମୋର ସ୍ବର୍ଗପୁର ।

 


Rate this content
Log in

Similar oriya poem from Abstract