STORYMIRROR

Chittaranjan Nanda

Action Classics Inspirational

3  

Chittaranjan Nanda

Action Classics Inspirational

ଘର କରିଥିଲେ ପଡେ ବିପତ୍ତି 🙏🙏

ଘର କରିଥିଲେ ପଡେ ବିପତ୍ତି 🙏🙏

1 min
186


କି ଘୃଣ୍ୟ ସମାଜ ଥିଲା ଦ୍ରୌପଦୀକୁ ବିବସ୍ତ୍ର 

କରି ପାରିଥିଲେ ରାଜସଭାରେ

ଆଜିର ସମାଜେ ଦଣ୍ଡ ପାଇଥାନ୍ତେ ପିଂଗଳ 

କୋଡର ୩୫୪ କ ଧାରାରେ ।


ଦ୍ରବ୍ୟ ଭାବି ଭୋଗ କରୁଥୁଲେ ପାଞ୍ଚ ପତି 

ପାଞ୍ଚାଳିକୁ ଆଖ୍ୟା ଦେଇ ମହାସତୀ 

ଏବେ ଦଣ୍ଡ ପାଇବନି କି ପିଂଗଳ କୋଡର ୩୯୪ 

ଧାରାରେ ପାଞ୍ଚ ବିବାହରେ କଲେ ରତି ।


ଧୃତରାଷ୍ଟ୍ର ଥିଲା ପୁତ୍ର ମୋହେ ଅନ୍ଧ, ଏ ତ ଥିଲା

ରାଜତନ୍ତ୍ରର ରାଜୁତି 

ଗଣତନ୍ତ୍ରରେ ଆଇନର ଶାସନ, ବନ୍ଧୁ, ପୁତ୍ର ମୋହ

ର ଶାସନର ନାହିଁ ସ୍ଥିତି ।


ଦ୍ରବ୍ୟ ଭାବି ଭୋଗ କରୁଥୁଲେ ପାଞ୍ଚ ପତି 

ପାଞ୍ଚାଳିକୁ ଆଖ୍ୟା ଦେଇ ମହାସତୀ 

ଏବେ ଦଣ୍ଡ ପାଇବନି କି ପିଂଗଳ କୋଡର ୩୯୪ 

ଧାରାରେ ପାଞ୍ଚ ବିବାହରେ କଲେ ରତି ।


ଧୃତରାଷ୍ଟ୍ର ଥିଲା ପୁତ୍ର ମୋହେ ଅନ୍ଧ, ଏ ତ 

ରାଜତନ୍ତ୍ରର ରାଜୁତି 

ଗଣତନ୍ତ୍ର ରାଜୁତିରେ ଆଇନର ରାଜୁତି, ଆମେ

ମୁକ୍ତ, ମନରେ ନାହିଁତ ଭିତି ।


ସମାଜ ଭିତରେ ଘର କରିଥିଲେ ପଡେ ବିପତ୍ତି 

ମଣିଷରେ ଜୀବନରେ  

ସେ ପୀଡା ସହ୍ୟ କରିବା, ତାହାତ ନୁହେଁ କେବେ

ନିଷ୍ପେଷିତ ଜୀବନ ସମାଜରେ ।


ଦୁଃଖ ସୁଖ ମଣିଷର ଚିର ସହଚର, ରହିଛି

ରହିବ, ସେଥିପାଇଁ ଦୁଃଖ ନାହିଁ,

ପୁଂଜିବାଦର ଶୋଷଣ ଜନିତ କୃତ୍ରିମ ଅଭାବ 

କଷଣ ବିରୁଦ୍ଧେ ବିନା ସଂଘର୍ଷରେ ମୁକ୍ତି ନାହିଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action