Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Das

Inspirational

3  

Jagannath Das

Inspirational

ଘର ଘର ତ୍ରିରଙ୍ଗା

ଘର ଘର ତ୍ରିରଙ୍ଗା

1 min
124


ଆଜି ଗାଁଆ,ଗାଁରେ 

ଘରେ ପ୍ରତିଘରେ

ତ୍ରିରଙ୍ଗା ଉଡିବ ଫରଫର ।


ଯଶ ଗଉରବ

ଗାଇବ ଦେଶର

ଘର ବି ଦିଶିବ କିସୁନ୍ଦର ।

      

ବରଷା ଧରିଛି 

ମୁକୁତାର ହାର

ଝରଣା ତୋଳୁଛି ଝଂକାର ।


ତୋଫାନ ହାତରେ

ବାରତା ଦେଇଛି

କର ହେ ବଂଦନା ତ୍ରିରଂଗାର ।

      

ବିଜୁଳି ନୟନେ

ପିରତୀ ଇଶାରା

ଘଡଘଡି ତୋଳେ ସଂଗୀତର ।


ଅଗଷ୍ଟ ପନ୍ଦରର 

ବାଦଲ ଫାଂକେ

ତ୍ରିରଂଗା ଉଡିବ ଘର ଘର ।

      

ମଂଗଳପାଣ୍ଡେ ଠାରୁ

ଗାନ୍ଧି ବାପୁଜୀ

ତନ୍ମଧ୍ୟେ ଯେତିକି

ବୀର ଆମର ।


ସ୍ବର୍ଗରେ ଥାଇ ଦେଖି

ଖୁସି ହେବେ ରେ

ତ୍ରିରଂଗା ଉଡିଲେ

ପ୍ରତିଟି ଘର ।

     

ମମତାର୍ ଘେରା

ସ୍ନେହ ବଂଧନରେ

ଗାଇଯାଅ ଦେଶ କିରତୀର ।


ଦେଶ ବଂଦନାକୁ

ତୋଳ ହେ ସୁସ୍ବରେ

ତ୍ରିରଂଗାର ଜୟ ଜୟକାର ।

     

ଜୟ ଜବାନ

ଜୟ କିଶାନର

ଜୟ ହେ ଭାରତ ମାତାର ।


ସ୍ବାଧୀନ ପତକାର

ଜୟ ହେ ସଦା

ଜୟ ରେଜନ୍ମ ମାତୃକାର ।


Rate this content
Log in

Similar oriya poem from Inspirational