STORYMIRROR

Amita Dash

Abstract Inspirational Children

3  

Amita Dash

Abstract Inspirational Children

ଘର ଆମ ମନ୍ଦିର

ଘର ଆମ ମନ୍ଦିର

1 min
229


ଆମ ଘର ଆମ ମନ୍ଦିର।

ସେତ ସରଗଠୁ ସୁନ୍ଦର।

ଜେଜେ ବାପା, ଜେଜେ ବୋଉ

ତାଙ୍କ ସେନେହ,ସୁହାଗ।

କୋଟି ଜନ୍ମ ତପସ୍ୟାର ଫଳ।

ସବୁ କିଛି ଛଡେଇ ନେଇଛି

ମହାମାରୀ ଏ ଦୁଇ ବର୍ଷ କାଳ।

ଆପଣାର ଲୋକ

ମାଁ ର କୋଳ

ସାଙ୍ଗ ସାଥୀ ମେଳ ଆଉ ବିଦ୍ୟାଳୟ

ସବୁ ବନ୍ଦ କରି ଘର କଣରେ ବସ।

କଥା ହେଲେବି ମୁହଁରେ ତୁଣ୍ଡି ଭିଡ଼।

ଅମାନିଆ ବିମାରୀକୁ ସାବାଡ କର।

କୁଆଡ଼େ ବୁଲାବୁଲି ବନ୍ଦ

ଆପେ ବଞ୍ଚିଲେ ବାପାର ନାଁ

ଜୀବନ ଥିଲେ ବୁଲିବା ବହୁତ ହେବ।

ବିପଦ ବେଳେ ଜୀବଜନ୍ତୁଙ୍କ ସହ କମ ମିଳାମିଶା କର।

ନାକରେ ମୁଖା ପିନ୍ଧି,ହାତ ସାବୁନରେ ଧୋଇ ନିଜକୁ ସଫା ରଖ।

ସବୁଆଡେ ପରିଷ୍କାର,ପରିଚ୍ଛନ୍ନ କରି ସୁସ୍ଥ ପରିବେଶ ସୃଷ୍ଟି କର।

ଆମେ ହେଲେ ସଚେତନ ମହାମାରୀ ଭାଗି ପଳେଇବ କୋଶଦୂର।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract