ଘୋଷଯାତରେ ନନ୍ଦିଘୋଷରେ
ଘୋଷଯାତରେ ନନ୍ଦିଘୋଷରେ
ଘୋଷଜାତରେ... ନନ୍ଦିଘୋଷରେ..
ଆସୁଛି କାଳିଆ ନେତ ଉଡେଇ. l0l
ସଙ୍ଗେ ଭାଇ ଜଗିଥାଇ
ସଙ୍ଗରେ ଭଉଣୀ ନେଇ.
କଳାକାହ୍ନୁ ରଥେ ଥାଇ
ମୁରୁକି ହସି ଦିଅଇ.
ଝିଲିମିଲି ରଥ ତାର
ମନମୋହେ ଭକତର.
ଭକତ ରଙ୍କୁଣା ବାଟେ ନାଟ ଲଗେଇ. l1l
ସଙ୍ଗେ ଅଛନ୍ତି ଭାଇ
ଦୁଷ୍ଟାମୀ ତ ହେବ ନାହିଁ.
ପଛରେ ଆସିଲେ ଆଉ
&nb
sp; ଭାଇ ବା ଦେଖିବେ କାହିଁ
ଭକତି ପାଗଳ ମନ
ଭକତେ କଟାଇ ଦିନ.
ଭକତଙ୍କ ବିନା ସେହୁ ଭଲେ ନ ଥାଇ. l2l
ଚାରିଆଡେ ଚାହୁଁ ଥାଇ
ଆଶିଷ ମେଞ୍ଚାଏ ଦେଇ
ଭବସାଗରରୁ ନେଇ
ବୈକୁଣ୍ଠ ପୁରରେ ଥୋଇ.
ପାପ ପୁଣ୍ୟ ଧୋଇଦେଇ
ନିର୍ବାଣ ସେ ଦେଇଥାଇ.
ଭକତେ ଚାତକ ପରି ଅଛନ୍ତି ଚାହିଁ. l3l