Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanna Kumar Panda

Inspirational

4.8  

Prasanna Kumar Panda

Inspirational

ଘୋଷଯାତ୍ରା

ଘୋଷଯାତ୍ରା

1 min
171


ହେ କାଳିଆରେ ଆଜି ତୋର

ପବିତ୍ର ଗୁଣ୍ଡିଚା ଜାତ,

ସଜବାଜ ହୋଇ ସିଂହଦ୍ୱାରରେ

ରହିଛି ରଥ ପ୍ରସ୍ତୁତ I


କେତେବେଳେ ବଡ଼ଦେଉଳରୁ ବାହାରିବୁ

ନନ୍ଦିଘୋଷ ତୋତେ ରହିଛି ଅନାଇ,

ପହଣ୍ଡି କରି ଟାହିଆ ହଲେଇ

ରଥରେ ବସିବୁ ତୁ ଯାଇ I


ଭାଇ ଭଉଣୀ ସହିତ ସୁଦର୍ଶନକୁ ନେଇ

ମାଉସୀ ଘରକୁ ଯିବୁ ତୁ ବିନା ଭକ୍ତରେ,

ଆର ବର୍ଷ ପରି ଏ ବର୍ଷ ତୋ ରଥ

ଟଣା ହେବ ସେବାୟତ ହସ୍ତରେ I


କି ଲୀଳା କରୁଛୁ ତୁରେ

ହେ ଶଙ୍ଖାଚକ୍ର ଧାରୀ,

ଦର୍ଶନରୁ ବଂଚିତ କଲୁ ତୁ ସକଳ ଭକ୍ତଙ୍କୁ

ମନକୁ ଦେଲୁ ଉଦାସ କରି I


କାହାଳି ଶଙ୍ଖ ଘଣ୍ଟାନାଦ ଧ୍ୱନିରେ

କମ୍ପି ଉଠୁଛି ଶ୍ରୀକ୍ଷେତ୍ରରେ,

ବଡ଼ଦାଣ୍ଡରୁ ତୋ ରଥ ଗଡିବ

ଗଜପତିଙ୍କ ଛେରା ପହଁରା ପରେ i


ରଥ ଆଉ ପଥର ସମନ୍ୱୟରେ ଚଳଚଂଚଳ

ଦେଖାଯାଉଛି ନିଳାଚଳରେ,

କରୋନା କଟକଣା ମଧ୍ୟରେ ଭି ଏକ

ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇଛି ଘରେ ଘରେ I


ରଥକୁ ତୋର ଟାଣିନେବେ ସେବକମାନେ

ଧକା ଡାକ ଦେଲାପରେ,

ବିଭିନ ପ୍ରକାର ନବରଂଗ ଦେଖାଇ

ତୁ ପହଁଚିବୁ ଶରଧା ବାଲିରେ I


ଗୁଣ୍ଡିଚା ମାଉସୀ ଫାଟକ ମୁହଁରେ ରହିଛି

କେବେ ପହଂଚିବା ତୁମେ ମାନେ ତା ଘରଦେଉଳରେ,

ତୁମମାନକୁ ଆଖିରେ ଦେଖି ଦେଲାପରେ

ଆନନ୍ଦ ଜୁଆର ଆସିବା ତା ମନରେ I


ଖୁଶି ଆନନ୍ଦ ଉପଭୋଗ ଲାଗି

ଯାଇଛୁ ମାଉସୀ ଘରକୁ,

ମାଉସୀର ପୋଡପିଠା ଖାଇ ନଅଦିନ

ଘୋଷଯାତ୍ରା ସାରି ଫେରିବୁ ବଡ଼ଦେଉଳକୁ I


Rate this content
Log in

Similar oriya poem from Inspirational