STORYMIRROR

Bijay Prusty

Fantasy

3  

Bijay Prusty

Fantasy

ଗହନ ମନର ପ୍ରତିବିମ୍ବ

ଗହନ ମନର ପ୍ରତିବିମ୍ବ

1 min
233


ଆଖିରେ ଆଙ୍କିଲି ଚିତ୍ର

କଣ୍ଠରେ ମୋ ଦେଲି ନୂଆ ସ୍ୱର

ଚିରିଦେଲି ହୃଦୟକୁ

ବୋହିଗଲା ରକ୍ତ ଧାର ଧାର I


କିମ୍ପାଇଁ ଏପରି ହେଲା ?

କେପାରିବ ଉତ୍ତର ମୋ ଦେଇ

ଜୀବନର ଶେଷ ଛନ୍ଦ

ଅବେଳରେ ଦେଲି କିମ୍ପା ଗାଇ I


ଚିରସ୍ରୋତା ନିର୍ଝରିଣୀ

ଦିନୁ ଦିନ ଶୁଖି ଶୁଖି ଯାଏ

ମନର କାନଭାସରେ 

ଛବିଟିଏ ଜୀବନ୍ୟାସ ପାଏ I


କାହାକୁ କି ଦୋଷ ଦେବି

କିଏ ଅବା କି ଦୋଷ କରିଛି

ନିଜ କଲା କର୍ମପାଇଁ

ଆଖିଲୁହ ପିଇପିଇ ଜୀବନ ଜୀଇଁଛି I


ମୋହ ମାୟା କଟୁନାହିଁ

କି କରିବି ବାଟ ଦିଶେନାହିଁ

ତଥାପି ଅପେକ୍ଷା ମୋର

କେଉଁ ଏକ ଅପହଞ୍ଚ ମୂହୂର୍ତ୍ତର ପାଇଁ I

          


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy