STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ଗହ୍ମା ପୂର୍ଣ୍ଣିମା

ଗହ୍ମା ପୂର୍ଣ୍ଣିମା

1 min
384

(ରାଗ:- ଆଷାଢ଼ ଶୁକ୍ଳ ବାଣୀ)


ପାରମ୍ପରିକ ଟି  ଜନପ୍ରିୟ ଏ

ରାକ୍ଷୀ ପୂର୍ଣ୍ଣିମା ଗହ୍ମାପୂର୍ଣ୍ଣିମାସେ

ହିନ୍ଦୁମାନଙ୍କ  ପବିତ୍ର  ପର୍ବ ଏ

ପାଳିତ ଟି ଭାରତବର୍ଷରେ ସେ

    ବନ୍ଧୁତ୍ୱ ଦୃଢର

ପର୍ବ ପବିତ୍ର ଭାଇ ଭଉଣୀର !!


ବଳଭଦ୍ର ଙ୍କ ଜନ୍ମ ଦିନ କାଳ

ପୂଜନ୍ତି କୃଷକ ଭକ୍ତିରେ ହଳ

ରହଣି ଗର୍ଭରୁ ଜନ୍ମଟି  ଆଜ

ଶେଷନାଗ ରୂପ ରୂପରେ ସାଜ

    ଗହ୍ମାପୂର୍ଣ୍ଣିମାରେ

ଜନ୍ମ ହଳଧର ଏ ମର୍ତ୍ତ୍ୟପୁରେ !!


ଚାଷୀ ଭାଇଙ୍କର ଗହ୍ମା ପୂର୍ଣ୍ଣିମା

ଘରଘରେ ତାଙ୍କ ପିଠା ଓ ପଣା

ମିଷ୍ଟାନ୍ନ ଭୋଜନ ଗୃହେ ତାଙ୍କର 

ଗୋବଂଶ ପୂଜନ ଗୃହେ ଭକ୍ତିର

    ପ୍ରେମର ଶ୍ରଦ୍ଧାର

ଗହ୍ମାପୂର୍ଣ୍ଣିମାରେ ଆଜି ଦେଶର !!


ଭଦ୍ର କାଳ କାଳୀ ଅଶୁଭ କାଳ

ନାହିଁ ଖୁସି କାହିଁ ମନ ବିକଳ

ନାହିଁଉତ୍ସବ ଲାଗେ ଫିକାଫିକା 

ଏପରି ସମୟ ନଥିଲା ଦେଖା

    ଡ଼ର ଲାଗେ ଅତି

ରାକ୍ଷୀ ବାନ୍ଧିବା ନାହିଁ ଟି ପ୍ରୀତି !!


ଥିଲା ଏ କାଳ ତ୍ରେତୟା ଯୁଗରେ

ବାନ୍ଧି ଥିଲା ରାକ୍ଷୀ ସୂର୍ପଣଖାରେ

ରାବଣ ସବଂଶ ମରିଲେ ଯହୁଁ

ଶ୍ରୀରାମ ମାରିଲେ ରାବଣ ତହୁଁ

     ଶାସ୍ତ୍ରର ବଚନ

ନ ବାନ୍ଧିବା ରାକ୍ଷୀ ଭାଇ ହସ୍ତେଣ !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract