STORYMIRROR

Ajit Kumar Raut

Drama

4  

Ajit Kumar Raut

Drama

ଗହ୍ମା ପୂର୍ଣ୍ଣିମା

ଗହ୍ମା ପୂର୍ଣ୍ଣିମା

1 min
244


ରଥଯାତ୍ରା ପରେ କର୍କଟ ସଂକ୍ରାନ୍ତି

ସୁନା ଚିତା ମସ୍ତକରେ,

ଜଗନ୍ନାଥଙ୍କର ମସ୍ତକରେ ଲାଗେ

ଭକ୍ତ ଭଜନ ଭକ୍ତିରେ ।୧।


ଘରେ ଘରେ ବନେ ଚିତଉ ପିଠା ହିଁ

ଲକ୍ଷ୍ମୀ ଠାକୁରାଣୀ ପାଇଁ,

ପୂଜନ କରିବେ କୃଷକ ଗୃହିଣୀ

ବିଲେ ପୂଜା ଲକ୍ଷ୍ମୀ ପାଇଁ ।୨।


ଚିତଉ ପିଠାକୁ ଅର୍ପଣ କରିବେ

ଭକ୍ତି ଚିତ ହୋଇ ବିଲେ,

ଶସ୍ୟ ଶ୍ୟାମଳରେ ଭରିବଟି ବିଲ

ଲକ୍ଷ୍ମୀଙ୍କ ପୂଜନ ବିଲେ ।୩।


ତାପରେ ଆସିବ ଗହ୍ମା ପୂର୍ଣ୍ଣିମା ଟି

ବଳରାମ ଜନ୍ମଦିନ,

ରାକ୍ଷୀ ପୂର୍ଣ୍ଣିମା ଭି ଏହାକୁ କୁହନ୍ତି

ଶାସ୍ତ୍ରୀୟ କଥାର ଦିନ ।୪।


ଗାଈ ଓ ବଳଦ ମାନଙ୍କର ପୂଜା

ବଳରାମ ଜନ୍ମଦିନ,

ଗହ୍ମା ପୂର୍ଣ୍ଣିମାର ପବିତ୍ର ଦିନରେ

ଗୋମାତା ପୂଜନ ଦିନ ।୫।


ପବିତ୍ର ବନ୍ଧନ ରାକ୍ଷୀର ପୂର୍ଣ୍ଣିମା

ରାକ୍ଷୀ ବାନ୍ଧେ ଭାଇ ହାତେ,

ସୁରକ୍ଷା କରିବ ଭଉଣୀକୁ ତାର

ବଚନ ଦିଏଟି ସତେ ।୬।


ଆବଶ୍ୟକ ତାର ପୂରଣ କରିବ

ବଚନ ଦିଏ ଟି ତାକୁ,

ସୁରକ୍ଷା କରିବ ଜୀବନ ତାହାର

ଭାଇର ବଚନ ତାକୁ ।୭।


ବିଭିନ୍ନ ବୈଞ୍ଜନେ ସୁସଜ୍ଜିତ ଗୃହ

ପିଠାପଣା ମଧ୍ୟ ତହିଁ,

ପବିତ୍ର ଦିନଟି ଆନନ୍ଦର ଦିନ

ପବିତ୍ର ବନ୍ଧନ ତହିଁ ।୮।


ରଥଯାତ୍ରା ପରେ କର୍କଟ ସଂକ୍ରାନ୍ତି

ସୁନା ଚିତା ମସ୍ତକରେ,

ଜଗନ୍ନାଥଙ୍କର ମସ୍ତକରେ ଲାଗେ

ଭକ୍ତ ଭଜନ ଭକ୍ତିରେ ।୯।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama